Categories: ଖେଳ

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି ହାରି ନ ଥିଲା। ରେକର୍ଡ ୧୨-୦ ଥିଲା। ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ୧୦ ଉଇକେଟରେ ହରାଇ ପୁରୁଣା ରେକର୍ଡକୁ ଭୁଲାଇ ଦେଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବିଜୟ-ପରାଜୟ ରେକର୍ଡ ୧୨-୧ ଥିଲା।

ଭାରତ ପକ୍ଷରୁ ଧାର୍ଯ୍ୟ ୧୫୨ ରନ୍‌ର ବିଜୟଲକ୍ଷ୍ୟକୁ ପାକିସ୍ତାନ ପାଇଁ ଅତି ସାଧାରଣ ସାବ୍ୟସ୍ତ କରି ଦେଇଥିଲେ ବାବର ଆଜାମ ଓ ମହମ୍ମଦ ରିଜଓ୍ବାନ। ଦୁହେଁ କୌଣସି ଭାରତୀୟ ବୋଲରଙ୍କୁ ଛାଡ଼ି ନ ଥିଲେ। ନା ବରୁଣ ଚକ୍ରବର୍ତ୍ତୀଙ୍କ ମିଷ୍ଟ୍ରି ବୋଲିଂ କାମ କରିଥିଲା ନା ଯଶପ୍ରୀତ ବୁମରାଙ୍କ ୟର୍କର। ପାକିସ୍ତାନ ବିନା କୌଣସି ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ରିଜଓ୍ବାନ ୭୯ (୬ ଚୌକା ଓ ୩ ଛକା) ଓ ବାବର ୬୮ (୬ ଚୌକା ଓ ୨ ଛକା) ରନ୍‌ର ଇନିଂସ ଖେଳିଥିଲେ। ଫଳରେ ପାକିସ୍ତାନ ୧୭.୫ ଓଭରରେ ୧୫୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା।

 

Share