ଚାଇନାକୁ ଆଉ ଏକ ଝଟ୍‌କା : ବିଗୋ ଆପ୍‌ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୧।୭: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପାକିସ୍ତାନ ଟେଲି କମ୍ୟୁନିକେଶନ ପ୍ରାଧିକାରଣ(ପିଟିଏ)ଲାଇଭ୍‌ ଷ୍ଟ୍ରିମିଙ୍ଗ ଆପ୍‌ ବିଗୋ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଏହାସହ ଟିକ୍‌ଟକ୍‌କୁ ଚେତାବନୀ ଦେଇ କହିଛି ଏହି ଆପ୍‌ରେ ଅଶ୍ଳୀଳତାକୁ ନିୟନ୍ତ୍ରଣ କରିବାକୁ ଏକ ଉପାୟ ଲାଗୁ କରାଯାଉ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତ ପରେ ଏବେ ଚାଇନାର ଭଲ ବନ୍ଧୁ କୁହାଯାଉଥିବା ପାକିସ୍ତାନ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହା ଚାଇନାକୁ ଏକ ଶକ୍ତ ଆଘାତ ହେବ ବୋଲି କୁହାଯାଉଛି। ଅନ୍ୟପଟେ ପାକିସ୍ତାନ ଯଦି ଟିକ୍‌ଟକ୍‌ ବନ୍ଦ କରିଦେଲା ଦେବେ ଚାଇନାର ଏକ ବଡ ବ୍ୟବସାୟ ବନ୍ଦ ହୋଇଯିବ। କାରଣ ପାକିସ୍ତାନରେ ଟିକ୍‌ଟକ୍‌ର ବହୁ ମାତ୍ରାରେ ୟୁଜର୍ସ ରହିଛନ୍ତି। ପିଟିଏ କହିଛି ବିଗୋ ଆପ୍‌ ଦ୍ୱାରା ସମାଜରେ ଖରାପ ପ୍ରଭାବ ପଡୁଛି। ବିଶେଷ କରି ଯୁବକଙ୍କ ଉପରେ ଏହା ଖରାପ ପ୍ରଭାବ ପକାଉଛି। ପିଟିଏ ଲନ୍‌ଲାଇନ ଗେମ୍‌ ପବ୍‌ଜୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବିଗୋ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା।

Share