Posted inଖେଳ

ଡ୍ରେସିଂରୁମ୍‌ରେ ଶୋଇପଡ଼ିବାରୁ ଟାଇମ୍ଡ ଆଉଟ୍‌ ହେଲେ ଏହି ଖେଳାଳି

ରାଓ୍ବଲପିଣ୍ଡି,୬ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ପାକିସ୍ତାନ ବ୍ୟାଟର ସୌଦ ଶକିଲ ପ୍ରଥମଶ୍ରେଣୀ ଟୁର୍ନାମେଣ୍ଟର ପ୍ରେସିଡେଣ୍ଟ୍ସ କପ୍‌ ଫାଇନାଲରେ ଟାଇମ୍ଡ ଆଉଟ ହୋଇଛନ୍ତି। ନିଜ ପାଳି ଲାଗି ଅପେକ୍ଷା କରିଥିବା ବେଳେ ସେ ଡ୍ରେସିଂରୁମ୍‌ରେ ଶୋଇପଡ଼ିଥିଲେ। ସେ ପାକିସ୍ତାନ କ୍ରିକେଟ୍‌ର ପ୍ରଥମ ଓ ମୋଟ୍‌ ଉପରେ ସପ୍ତମ ବ୍ୟାଟର ଭାବେ ଟାଇମ୍ଡ ଆଉଟ୍‌ ହୋଇଛନ୍ତି। ଏହି ମ୍ୟାଚ୍‌ ମଙ୍ଗଳବାର ରାତିରେ ଷ୍ଟେଟ ବ୍ୟାଙ୍କ ଓ ପିଟିଭି ମଧ୍ୟରେ ଖେଳାଯାଇଥିଲା। ରମ୍‌ଜାନ ମାସ ଚାଲିଥିବାରୁ ମ୍ୟାଚ୍‌ଟି ସମ୍ପୂର୍ଣ୍ଣ ରୂପେ ଫ୍ଲଡ୍‌ଲାଇଟ୍ସରେ ହୋଇଥିଲା। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରୁ ବିଳମ୍ବିତ ରାତି ୨ଟା ୩୦ ପର୍ଯ୍ୟନ୍ତ ଖେଳାଯାଉଛି। ପାକିସ୍ତାନ ଘରୋଇ କ୍ରିକେଟ ଇତିହାସରେ ପ୍ରଥମଥର ଏଭଳି ମ୍ୟାଚ୍‌ ଖେଳାଯାଉଛି।

ଫାଇନାଲରେ ଶକିଲ ଷ୍ଟେଟ୍‌ ବ୍ୟାଙ୍କ ଲାଗି ଖେଳୁଥିଲେ ଏବଂ ତାଙ୍କ ଦଳ ବ୍ୟାଟିଂ କରୁଥିବା ବେଳେ ସେ ତାଙ୍କ ପାଳି ଲାଗି ଅପେକ୍ଷା କରି ଶୋଇପଡ଼ିଥିଲେ। ଫଳରେ କ୍ରିଜ୍‌ରେ ପହଞ୍ଚତ୍ବା ଲାଗି ତାଙ୍କୁ ଧାର୍ଯ୍ୟ ୩ ମିନିଟ୍‌ରୁ ଅଧିକ ସମୟ ଲାଗିଥିଲା। ଜଣେ ନୂଆ ବ୍ୟାଟରଙ୍କ ଲାଗି କ୍ରିଜ୍‌ରେ ପହଞ୍ଚି ଗାର୍ଡ ନେବା ଲାଗି ୩ ମିନିଟ୍‌ ସମୟ ଦିଆଯାଇଛି। ଶକିଲ କ୍ରିଜ୍‌ରେ ପହଞ୍ଚିବା ପରେ ପିଟିଭି ଦଳର ଅଧିନାୟକ ଅମାଦ ଭଟ୍ଟ ଅମ୍ପାୟରଙ୍କ ନିକଟରେ ଟାଇମ୍ଡ ଆଉଟ୍‌ ଅପିଲ କରିଥିଲେ। ଶକିଲ ପାଭିଲିଅନ ଫେରିବା ପରେ ପାକିସ୍ତାନ ସୀମିତ ଓଭର କ୍ରିକେଟ୍‌ ଦଳର ସଦସ୍ୟ ଇର୍ଫାନ ଖାନ୍‌ ନିଆଜି କ୍ରିଜ୍‌କୁ ଆସିଥିଲେ। ତାଙ୍କୁ ପ୍ରଥମ ବଲରେ ବୋଲ୍ଡ କରି ମହମ୍ମଦ ଶେହଜାଦ ନିଜର ହାଟ୍ରିକ ପୂରଣ କରିଥିଲେ।

ସୂଚନା ଯେ, ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କାର ଭେଟେରାନ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍ଡ ଆଉଟ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri