ବିସ୍କୁଟ ବିଜ୍ଞାପନ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୯।୧୦: ପାକିସ୍ତାନରେ ଏକ ବିସ୍କୁଟର ବିଜ୍ଞାପନ ଏବେ ବିବାଦ ଘେରରେ ରହିଛି। ଅକ୍ଟୋବର ୪ ତାରିଖରୁ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ଦେଖାଯାଉଥିଲା । ଏହାକୁ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧୀକରଣ ଦ୍ୱାରା ନିଷେଧ କରାଯାଇଛି। ବିଜ୍ଞାପନରେ ପାକିସ୍ତାନୀ ଅଭିନେତ୍ରୀ ମେହଭୀଶ ହାୟତଙ୍କୁ ଦେଖିବାକୁ ମିଳିଛି। କିଛି ଲୋକ ବିଜ୍ଞାପନ ଉପରେ ନିଷେଧାଦେଶ ସପକ୍ଷରେ ଥିବାବେଳେ କେହି କେହି ଏହାକୁ ବିରୋଧ କରୁଛନ୍ତି। ପାକିସ୍ତାନର ସାମାଜିକ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ବିଜ୍ଞାପନରେ ଅଶ୍ଳୀଳତା ରହିଛି। ଏହି କାରଣରୁ ସାରା ଦେଶରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ସୂଚନାଯୋଗ୍ୟ, ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧୀକରଣ ଏନେଇ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିରେ ଦର୍ଶାଯାଇଛି ଯେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ଦେଖାଯିବା ଉଚିତ୍‌ ନୁହେଁ। ଗୋଟିଏ ଦିନ ପରେ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Share