Posted inଜାତୀୟ

ପାକିସ୍ତାନ-ବାଂଲାଦେଶ ଚାଇନାରୁ କିଣୁଛନ୍ତି ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର: ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୩ : ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା ପାଇଁ କାର୍ଯ୍ୟ କରେ। ଏହାର ରିପୋର୍ଟ ଅନୁଯାୟୀ, ପାକିସ୍ତାନ-ବାଂଲାଦେଶ ଚାଇନାରୁ ସେମାନଙ୍କର ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଏହା ଯୋଗୁ ଭାରତ ପାଇଁ ସ୍ଥିତି ଚିନ୍ତା ଜନକ ରହିଛି। ତେବେ ଭାରତ ବିଶ୍ୱର ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଭାବରେ ଶୀର୍ଷରେ ରହିଆସିଛି। ଏହାର କାରଣ ହେଉଛି ପଡୋଶୀ ଦେଶ ପାକିସ୍ତାନ ଏବଂ ଚାଇନା ସହିତ ଚାଲିଥିବା ତିକ୍ତତା। ଗତ ପାଞ୍ଚ ବର୍ଷ ମଧ୍ୟରେ, ଅର୍ଥାତ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ, ପାକିସ୍ତାନ ୨୦୧୩-୧୭ ତୁଳନାରେ ୧୪ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରିଥିଲା ଏବଂ ପାକିସ୍ତାନ ଏହାର ଆବଶ୍ୟକତାର ତିନି ଚତୁର୍ଥାଂଶରୁ ଅଧିକ ଆମଦାନୀ କରିଥିଲା।

ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ଆମଦାନି କରୁଥିବା ଦେଶ ତାଲିକାରେ ପାକିସ୍ତାନ ଅଷ୍ଟମ ସ୍ଥାନରେ ରହିଛି ଏବଂ ପାକିସ୍ତାନ ସମୁଦାୟ ବିଶ୍ୱ ଅସ୍ତ୍ରଶସ୍ତ୍ର ଆମଦାନିର ୩.୭ ପ୍ରତିଶତ କ୍ରୟ କରିଛି । ପାକିସ୍ତାନର ମୋଟ ଅସ୍ତ୍ର ଆମଦାନୀରେ ଚାଇନାର ଅଂଶ ୭୭ ପ୍ରତିଶତ ଥିବାବେଳେ ୫.୧ ପ୍ରତିଶତ ସ୍ବିଡେନରୁ ଏବଂ ୩.୬ ପ୍ରତିଶତ ରୁଷରୁ ଆସିଛି। ଉଲ୍ଲେଖନୀୟ କଥା ହେଉଛି, ଅସ୍ତ୍ରଶସ୍ତ୍ର ରପ୍ତାନି କ୍ଷେତ୍ରରେ ଚାଇନା ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି ଏବଂ ବିଶ୍ୱର ଅସ୍ତ୍ରଶସ୍ତ୍ର ରପ୍ତାନୀର ୫.୨ ପ୍ରତିଶତ ବିକ୍ରି କରୁଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ମୋଟ ରପ୍ତାନୀର ୫୪ ପ୍ରତିଶତ ପାକିସ୍ତାନକୁ ଯାଉଛି।

ଅସ୍ତ୍ରଶସ୍ତ୍ର ଆମଦାନୀ କ୍ଷେତ୍ରରେ ବାଂଲାଦେଶ ୨୫ ତମ ସ୍ଥାନରେ ରହିଛି ଏବଂ ମୋଟ ଆମଦାନୀରୁ ମାତ୍ର ୦.୯ ପ୍ରତିଶତ କ୍ରୟ କରୁଛି। ଉଲ୍ଲେଖନୀୟ କଥା ହେଉଛି, ବାଂଲାଦେଶ ଏହାର ମୋଟ ଆମଦାନୀ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ କିଣୁଛି। ସେଥିମଧ୍ୟରୁ ଚାଇନାରୁ ୭୪ ପ୍ରତିଶତ। ଚାଇନାର ମୋଟ ଅସ୍ତ୍ରଶସ୍ତ୍ର ରପ୍ତାନୀର ବାଂଲାଦେଶ କେବଳ ୧୨ ପ୍ରତିଶତ କ୍ରୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri