ପାକିସ୍ତାନ ସୈନ୍ୟ ବାଂଲାଦେଶରେ କରିଥିଲେ ନରସଂହାର, ଆମେରିକା ସଂସଦରେ ପ୍ରସ୍ତାବ ଆଗତ…

ଓ୍ବାଶିଂଟନ,୧୫।୧୦ : ଆମେରିକାର ଦୁଇ ପ୍ରଭାବଶାଳୀ ସାଂସଦ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ଆଣିଛନ୍ତି । ଯେଉଁଥିରେ ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି ପ୍ରସ୍ତାବରେ ଦୁଇ ସାଂସଦ ୧୯୭୧ ମସିହାରେ ବାଂଲାଦେଶରେ ପାକିସ୍ତାନ ସୈନ୍ୟଙ୍କ ଦ୍ୱାରା ବହୁ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନରସଂହାର ଭାବେ ନାମିତ କରିବାକୁ  ଦୁଇ ସାଂସଦ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଛନ୍ତି।

ଭାରତୀୟ ମୂଳ ସାଂସଦ ରୋ ଖାନ୍ନା ଏବଂ ସିଏଭ ଚାବୋଟ ପ୍ରତିନିଧି ସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହାସହ ପାକିସ୍ତାନ ସରକାରଙ୍କୁ ଏପରି ହତ୍ୟାକାଣ୍ଡରେ ଭୂମିକା ପାଇଁ ବାଂଲାଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଖାନ୍ନା କହିଛନ୍ତି ଯେ ୧୯୭୧ ମସିହାରେ ବାଂଲାଦେଶରେ ନରସଂହାର ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେ କହିଛନ୍ତି ଯେ ସେହି ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ହିନ୍ଦୁ ଥିଲେ।

ରିପବ୍ଲିକାନ ସାଂସଦ ଚାବୋଟ ଟୁଇଟ କରି କହିଛନ୍ତି ଯେ ବହୁ ବର୍ଷ ପରେ ମଧ୍ୟ ଏହି ହତ୍ୟାକାଣ୍ଡରେ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆମେ ଭୁଲିଯିବା ଉଚିତ ନୁହେଁ।

Share