Categories: ଜାତୀୟ

ସ୍ବାଧୀନତା ଦିବସରେ ଭାରତରେ ଅଶାନ୍ତି ସୃଷ୍ଟି ଲାଗି ଆତଙ୍କବାଦୀ ଟିମ୍‌କୁ ସକ୍ରିୟ କରିଛନ୍ତି ପାକିସ୍ତାନୀ ସୈନ୍ୟବାହିନୀ-ଆଇଏସ୍‌ଆଇ…

ନୂଆଦିଲ୍ଲୀ, ୧୦।୮ : ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନର ଉଦ୍ୟମ ଅବ୍ୟାହତ ରହିଛି। ୭୫ ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ଅମୃତ ମହୋତ୍ସବ ଅଭିଯାନ ଚାଲିଛି। ଏଭଳି ସମୟରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରାଯାଉଛି। ଆତଙ୍କବାଦୀମାନେ ଦେଶରେ କିଛି ବଡ଼ ଧରଣର ଆକ୍ରମଣ ଲାଗି ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଭାରତୀୟ ସେନା ମଧ୍ୟ ସଜାଗ ରହିଛି।

ସ୍ବାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଆଇଏସଆଇ ଏବଂ ପାକ ସୈନ୍ୟବାହିନୀ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଦଳକୁ ସକ୍ରିୟ କରିଛି। ଲଶ୍କର ଏବଂ ଜୈଶ୍‌ର ୧୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗକୁ ଅପେକ୍ଷା କରି ବସିଛନ୍ତି। ସୂଚନାନୁସାରେ, ଏହି ଆତଙ୍କବାଦୀଙ୍କ ପାଖରେ ଡ୍ରୋନ ମଧ୍ୟ ଅଛି, ଯାହାକୁ ସେମାନେ ସୀମା ପାର କରି ବ୍ୟବହାର କରିପାରିବେ।

ଆତଙ୍କବାଦୀ ଡ୍ରୋନର ମୁକାବିଲା ପାଇଁ ଭାରତରେ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ସତର୍କ କରାଯାଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ବର୍ତ୍ତମାନ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ଏବଂ ଶ୍ରମିକମାନଙ୍କୁ ଟାର୍ଗେଟ କରୁଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।

Share