ଭାରତ ପାଣି ବନ୍ଦ କରିବା ପରେ ପାକିସ୍ତାନ ଖପ୍ପା, ମନ୍ତ୍ରୀ କହିଲେ ଆମ ପାଖରେ ବି ବିକଳ୍ପ ଅଛି, ଆମେ ଚାହିଁଲେ…

ନୂଆଦିଲ୍ଲୀ/ଇସଲାମାବାଦ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଧୁ ନଦୀ ଚୁକ୍ତିନାମା ବାତିଲ ଘୋଷଣା କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ରାଗି କି ନିଆଁବାଣ। ଏବେ ଭାରତକୁ ପରମାଣୁ ବୋମା ମାଡ଼ର ଧମକ ଦେଉଛି। ପହଲଗାମ ଆକ୍ରମଣ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାର ଏକ ସାକ୍ଷାତକାରରେ କହିଛନ୍ତି, ଯେ ଯଦି ଭାରତ ଜଳ ଯୋଗାଣ ବନ୍ଦ କରିଦିଏ, ତେବେ ଆମ ପାଖରେ ମଧ୍ୟ ବିକଳ୍ପ ଅଛି। ପାକିସ୍ତାନ ଏକ ପରମାଣୁ ସମ୍ପନ୍ନ ଦେଶ। ଆମର ନିଜକୁ ସୁରକ୍ଷା ଦେବାର ଅଧିକାର ଅଛି।

ସେ କହିଛନ୍ତି, ଭାରତ ପାଖରେ ପାଣି ବନ୍ଦ କରିବାର କ୍ଷମତା ନାହିଁ। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରାଯାଇପାରିବ ନାହିଁ। ଆମେ କଡ଼ା ଜବାବ ଦେବୁ, ଆମ ବଞ୍ଚିବା ପାଇଁ ପାଣି ଜରୁରୀ।

ସେ କହିଛନ୍ତି, ପାକିସ୍ତାନ ଏହି ସମୟରେ ଭାରତ ସହିତ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ କାରଣ ଭାରତ ମିଥ୍ୟା ଅଭିଯୋଗ ଆଣୁଛି ଏବଂ ପାକିସ୍ତାନ ଉପରେ ଆକ୍ରମଣ କରୁଛି। ଆମେ କେବଳ ଏତିକି କହୁଛୁ ଯେ, ଏକ ସ୍ବାଧୀନ ଏବଂ ନିରପେକ୍ଷ ତଦନ୍ତ ହେବା ଉଚିତ୍‌।

ସେ କହିଛନ୍ତି, ପାଶ୍ଚାତ୍ୟ ଗଣମାଧ୍ୟମ ମଧ୍ୟ କହିଛି ପାକିସ୍ତାନ ବିରୋଧରେ କୌଣସି ପ୍ରମାଣ ନାହିଁ। ଆମର ପ୍ରଧାନମନ୍ତ୍ରୀ ଏକ ସ୍ବଚ୍ଛ ଏବଂ ସ୍ବାଧୀନ ତଦନ୍ତ ଦାବି କରିଛନ୍ତି। ଯଦି ଆମେ ଏହି ଘଟଣାରେ ଜଡ଼ିତ, ତେବେ ଆମେ କାହିଁକି ତଦନ୍ତ ଦାବି କରିବୁ?

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାର କହିଛନ୍ତି, “ଆମେ ଲାହୋରରେ ଜଣେ ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ଗିରଫ କରିଛୁ। ପୂର୍ବରୁ, ଆମେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଜଣେ ଭାରତୀୟ ନୌସେନା ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲୁ।”

ସେ କହିଛନ୍ତି, କଶ୍ମୀରରେ ୯ ଲକ୍ଷ ଭାରତୀୟ ସୈନିକ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି, ଯେଉଁମାନେ କେବଳ ନିଜର ଆତ୍ମର୍ନିଣ୍ଣୟର ଅଧିକାର ପାଇଁ ଲଢ଼ୁଛନ୍ତି। ଜାତିସଂଘ ପ୍ରସ୍ତାବ ଅନୁଯାୟୀ ସେମାନେ ପାଇବାକୁ ହକଦାର ହୋଇଥିବାରୁ ଆମେ ସେମାନଙ୍କୁ ରାଜନୈତିକ ଏବଂ ଆର୍ଥିକ ସହାୟତା ଯୋଗାଇବା ଜାରି ରଖିବୁ। କଶ୍ମୀରରେ ୯ ଲକ୍ଷ ସୈନିକ କାହିଁକି ମୁତୟନ? ସେମାନେ କ’ଣ କଶ୍ମୀରମାନଙ୍କୁ ନ୍ୟାୟ ଦେବା ପାଇଁ ସେଠାରେ ଅଛନ୍ତି?

ସେ କହିଛନ୍ତି, ‘ଆମର ପ୍ରତିରକ୍ଷା ପ୍ରଣାଳୀ ବହୁତ ଶକ୍ତିଶାଳୀ। ଆମର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ଆମେ ନିୟମିତ ଭାବରେ ଆମ ଦେଶରେ ଏପରି ଅଭ୍ୟାସ (କ୍ଷେପଣାସ୍ତ୍ର ପରୀକ୍ଷଣ) କରୁ। ପାକିସ୍ତାନ ଏକ ପରମାଣୁ ଶକ୍ତିଶାଳୀ ଏବଂ ଏହି ପରୀକ୍ଷଣ ନିୟମିତ।

ସେ କହିଛନ୍ତି, ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ଏବଂ ଶାନ୍ତିରେ ବିଶ୍ୱାସ କରେ, କିନ୍ତୁ ଆମର ମଧ୍ୟ ନିଜକୁ ରକ୍ଷା କରିବାର ଅଧିକାର ଅଛି। ଆମେ ପ୍ରତି କିଛି ମାସରେ ଏପରି ପରୀକ୍ଷଣ କରୁ ଏବଂ ବିଶ୍ୱ ଶାନ୍ତିକୁ ସମର୍ଥନ କରିବା ସହିତ, ଆମେ ନିଜକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତର ପାଣି ବନ୍ଦ କରିବାର କ୍ଷମତା ନାହିଁ, କିନ୍ତୁ ଯଦି ସେମାନେ ଏପରି କରନ୍ତି, ତେବେ ଆମ ପାଖରେ ସମସ୍ତ ବିକଳ୍ପ ଅଛି। ଆମେ ଏହାର କଡ଼ା ଜବାବ ଦେବୁ କାରଣ ପାଣି ଆମ ଅସ୍ତିତ୍ୱ ପାଇଁ ଆବଶ୍ୟକ। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖାଯାଇପାରିବ ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri