ରୁଷିଆର ବାକି ପରିଶୋଧ ନ କରିଥିବାରୁ ଦିଗ ବଦଳାଇଲା ପାକିସ୍ତାନ ଏୟାରଲାଇନ୍ସ

ଇସଲାମାବାଦ,୨୩ ।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ ଅପମାନର ସାମ୍ନା କରିବାକୁ ପଡିଛି । ସୂଚନାଯୋଗ୍ୟ, ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଦ୍ୱାରା ବାକିଥିବା ରାଶି ପଇଠ ନ କରିଥିବାରୁ ରୁଷିଆ ପାକିସ୍ତାନ ବିମାନକୁ ଓଭରଫ୍ଲାଇଂ କ୍ଲିୟରାନ୍ସ ଦେବାକୁ ମନା କରି ଦେଇଥିଲା । ଏହାପରେ ଇସଲାମାବାଦରୁ ଟୋରଣ୍ଟୋ ଯାଇଥିବା ବିମାନର ଗତିପଥ ପରିବର୍ତ୍ତନ କରିବାକୁ ପଡିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ୧୭ ଜୁନର ବୋଲି ଜଣାପଡିଛି । ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ବିମାନକୁ ଓଭରଫ୍ଲାଇଂ କ୍ଲିୟରାନ୍ସ ମିଳି ନ ଥିଲା । ଫଳରେ ବିମାନଟିକୁ ପ୍ରଥମେ କରାଚି ଆଣାଯାଇଥିଲା । ସେଠାରୁ ବିମାନଟିକୁ ରୁଷିଆ ବଦଳରେ ୟୁରୋପୀୟ ଦେଶର ଏୟାର ସ୍ପେଶ ବ୍ୟବହାର କରି ବିମାନଟି ଟୋରଣ୍ଟୋ ପହଞ୍ଚିଥିଲା ।

Share