ସ୍ବୀକାର କଲା ପାକିସ୍ତାନ: ୨୬/୧୧ ମୁମ୍ବାଇ ଆକ୍ରମଣରେ ଥିଲେ ୧୧ ଲଶ୍କର ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଳାମାବାଦ୍‌,୧୨।୧୧: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ୧୧ ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସାମିଲ୍‌ ଥିଲେ। ଏସମ୍ପର୍କରେ ପ୍ରଥମ ଥର ପାଇଁ ପାକିସ୍ତାନ ସ୍ବୀକାର କରିଛି। ଏନେଇ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ କୁହାଯାଇଛି। ଗତ କିଛି ବର୍ଷ ଧରି ଭାରତ ଏହି ଆକ୍ରମଣ ନେଇ ପାକିସ୍ତାନ ଉପରେ ବାରମ୍ବାର ଚାପ ପକାଉଥିଲା। ଶେଷରେ ପାକିସ୍ତାନ ଏହା ମାନିବାକୁ ବାଧ୍ୟ ହୋଇଛି। ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇର ତାଜ୍‌ ହୋଟେଲ ସମେତ ୬ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୨୬ ଜଣ ବିଦେଶୀ ନାଗରିକଙ୍କ ସହିତ ମୋଟ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା। ତାଜ୍‌ ହୋଟେଲରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା। ସର୍ବାଧିକ ଲୋକଙ୍କର ଶିବାଜୀ ଟର୍ମିନସ୍‌ରେ ମୃତ୍ୟୁ ଘଟିଥିଲା। ସୁରକ୍ଷାକର୍ମୀମାନେ ୬୦ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହିତ ମୁକାବିଲା କରିଥିଲେ।

Share