ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ

ବ୍ରହ୍ମପୁର,୨୦।୩(ତନୁଶ୍ରୀ ନାହାକ) : ବୁଧବାର ବିଶ୍ୱ ପଖାଳ ଦିବସ। ଏହି ଦିବସ ଆସିଲେ ଓଡ଼ିଆଙ୍କ ପଖାଳ କଂସାର କଥା ମନକୁ ଆସେ। ବିଶେଷ କରି ଖରାଦିନେ ପଖାଳ ଓଡ଼ିଆଙ୍କ ଅତି ଆବଶ୍ୟକ ହେଉଥିବାରୁ ସମସ୍ତେ ଏହି ଦିବସକୁ ସ୍ବାଗତ କରିଥାନ୍ତି।
ସାଧାରଣତଃ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସଭିଏଁ ପଖାଳକୁ ପ୍ରାଥମିକତା ଦେଇଥାନ୍ତି। ଏହା ଖରାଦିନରେ ଶରୀରରେ ଜଳୀୟ ଅଂଶ ବୃଦ୍ଧି କରାଇ ସତେଜ ରଖିଥାଏ। ପଖାଳ ସହିତ ଲୋକେ ବଡ଼ି ଚୁରା, ଶୁଖୁଆ, ଶାଗ ଭଜା, ଆଳୁ ଭର୍ତ୍ତା, ଜହ୍ନିପୋଡ଼ା ଆଦି ମିଶାଇ ଖାଇଥାନ୍ତି। ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶା ସମେତ ବାହାରେ ରହୁଥିବା ଓଡ଼ିଆମାନେ ଏହି ଦିବସର ମହତ୍ୱକୁ ବୁଝୁଛନ୍ତି। ପଖାଳର ଲୋକପ୍ରିୟତା ବୃଦ୍ଧି ନିମନ୍ତେ ଲୋକେ ହ୍ବାଟସଅପ, ଫେସବୁକ, ଇନଷ୍ଟାଗ୍ରାମରେ ବର୍ଣ୍ଣନା କରି ଏହି ପାରମ୍ପରିକ ଖାଦ୍ୟ ସହ ବ୍ୟଞ୍ଜନର ଫଟୋ ସେୟାର କରୁଥିବା ଦେଖିବାକୁ ମିଳୁଛି।
ଯେବେଠାରୁ ପଖାଳ ଦିବସ ଆରମ୍ଭ ହୋଇଛି ସେବେଠାରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହୋଟେଲଗୁଡିକରେ ମଧ୍ୟ ପଖାଳର ଚାହିଦା ବୃଦ୍ଧି ପାଇଛି। ତେଣୁ ହୋଟେଲଗୁଡିକରେ ପଖାଳ ସହିତ ଅନ୍ୟାନ୍ୟ ବଞ୍ଜନ ପରଷାଯାଉଛି। ଦହି ପଖାଳ, ଗରମ ପଖାଳ, ତୋରାଣୀ ପଖାଳ ଆଦି ବିଭିନ୍ନ ହୋଟେଲରେ ମିଳୁଛି। ରେଶମ ସହର ବ୍ରହ୍ମପୁରରେ ଖରାଦିନେ ଆସିଲେ ନନ୍ଦନ ହୋଟେଲରୁ ଆରମ୍ଭ କରି ଡ଼ାଲମା, ସତ୍ୟସାଇ, ଭୁବନେଶ୍ୱରୀ ପ୍ରତ୍ୟେକ ହୋଟେଲରେ ପଖାଳ ମିଳୁଛି। ୮ ବର୍ଷ ପୂର୍ବେ ମାତ୍ର ୩୫ ରୁ ୪୦ ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପଖାଳ କଂସା ଏବେ ସହରରେ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି।
ପଖାଳ ଖାଇବାକୁ ଲୋକଙ୍କ ଭିଡ ମଧ୍ୟ ହେଉଛି। ଏଥିରୁ ପଖାଳର ଚାହିଦା କେତେ
ଅଧିକା ତାହା ଏଥିରୁ ବୁଝି ହେଉଛି।

 

ଖରାଦିନେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପଖାଳ। ୮ ବର୍ଷ ହେଲା ଏହି ହୋଟେଲରେ ପଖାଳ ବ୍ୟବସ୍ଥା କରାଯାଇଛି। ପ୍ରାୟ ସବୁ ସମୟରେ ପଖାଳ ମିଳୁଥିବାବେଳେ ଦିବସ ଆସିଲେ ଚାହିଦା ଅଧିକ ରହୁଛି। ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ ହୋଇଥିବାରୁ ନିୟମିତ ଅପେକ୍ଷା ୩୦ ପ୍ରତିଶତ ଅଧିକ ଗ୍ରାହକ ପଖାଳ ବରାଦ କରିଥାନ୍ତି। ପୂର୍ବରୁ ୪୦ ଟଙ୍କା ଥିବାବେଳେ ଏବେ ପଖାଳ ଥାଳି ୧୧୦ ଟଙ୍କା ରହିଛି। ପଖାଳ ସହ ଆଳୁଭର୍ତ୍ତା,ବଡ଼ିଚୁରା, ଘାଣ୍ଟ ତରକାରୀ, ଶାଗ, ଆଚାର ନିୟମିତ ରହିଥାଏ। ପଖାଳ ଦିବସ ପାଇଁ ସ୍ବତନ୍ତ୍ର ଭାବେ ଆମିଷର ବି ବ୍ୟବସ୍ଥା ରହିଛି।
କେ.ସତୀଶ, ମାଲିକ (ହୋଟେଲ ଡାଲମା)
ପଖାଳ ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ। ଗୃହିଣୀଙ୍କ ପାଇଁ ପଖାଳ ଦିବସ ନିତଦିନିଆ। ଗୃହିଣୀ ମାନେ ଅଧିକାଂଶ ଦିନ ବଳକା ଖାଦ୍ୟ ନଷ୍ଟ କରିବା ପରିବର୍ତ୍ତେ ଏହାକୁ ପଖାଳ ପ୍ରସ୍ତୁତ କରି ଖାଇବାକୁ ଭଲପାଆନ୍ତି। ବର୍ତ୍ତମାନ ଯୁଗରେ ପିଲାମାନେ ପିଜା ବର୍ଗର ଫାଷ୍ଟଫୁଡ଼ ପରିବର୍ତ୍ତେ ପଖାଳକୁ ଆଦରି ନେବା ଜରୁରୀ।
-ସୁପ୍ରଭା ସାମଲ, ଗୃହିଣୀ

ପିଲାଦିନରୁ ପଖାଳ ପ୍ରତି ଦୁର୍ବଳତା ରହିଛି। ବାହାରେ ସାଙ୍ଗସାଥୀ ମେଳରେ ସବୁବେଳେ ଯେତେ ଫାଷ୍ଟଫୁଡ଼, ବିରିୟାନୀ ଅବା ଅନ୍ୟ ପଶ୍ଚାତ୍ୟ ଖାଦ୍ୟ ଖାଇଲେ ସୁଦ୍ଧା ଆମ ଓଡ଼ିଆ ପଖାଳ କଂସାର ଶାନ୍ତି କେଉଁଥିରେ ମଧ୍ୟ ନାହିଁ। ଜାଣି ଶୁଣି ଫାଷ୍ଟଫୁଡ଼ ଖାଇ ଦେହ ଖରାପ କରୁ। କିନ୍ତୁ ପ୍ରତିଦିନ ଘରୁ ବାହାରକୁ ଯିବା ପୂର୍ବରୁ ହେଉ ସକାଳୁ ଘରେ ପଖାଳ କଂସା ସହ ମାଆ ହାତ ତିଆରି ତରକାରୀର ସ୍ବାଦ ନିଆରା ହୋଇଥାଏ। -ଅନିଲ ରେଡ୍ଡୀ (ଗ୍ରାହକ)


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri