Categories: ଖେଳ

ଟସ୍‌ ଜିତି ନେଦରଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି…

ହାଇଦ୍ରାବାଦ,୬।୧୦: ଦିନିକିଆ ବିଶ୍ୱକପ୍‌ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ବର୍ତ୍ତମାନର ବିଶ୍ୱକପ୍‌ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ନେଦରଲ୍ୟାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି।

Share