Categories: ଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଯବାନଙ୍କ ଉପରେ ଚଳାଇଲା ଗୁଳି

ଶ୍ରୀନଗର,୬।୯: ପାକିସ୍ତାନ ନିଜ ମନ୍ଦ ଆଚରଣରୁ ବାଦ୍‌ ପଡ଼ୁନି। ଲଗାତର ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ବେଳେ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ ଜାରି ରହିଛି। ଇତିମଧ୍ୟରେ ମଙ୍ଗଳବାର ପୁଣି ଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ସୈନିକମାନେ ସୀମାରେ ବାଡ଼ ଲଗାଉଥିବା ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଗୁଳି ଚଳାଇଥିବା ଜଣାପଡ଼ିଛି। ଏନେଇ ଜଣେ ବିଏସ୍‌ଏଫ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଏହାପରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ସୂଚନା ମୁତାବକ, ମଙ୍ଗଳବାର ଅର୍ନିଆ ସେକ୍ଟରରେ ବିଏସ୍‌ଏଫ୍‌ ପାଟ୍ରୋଲିଂ ଟିମ୍‌ ସୀମାରେ ବାଡ଼ ଲଗାଉଥିଲେ। ତେବେ ସୀମାରେ ବାଡ଼ ଲଗାଇବାକୁ ବିରୋଧ କରି ପାଟ୍ରୋଲିଂ ଟିମ୍‌ ଉପରେ ପାକିସ୍ତାନୀ ସୈନ୍ୟ ଗୁଳି ଚଳାଇଥିଲେ। ଭାରତୀୟ ଯବାନ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ତେବେ ଏଥିରେ କେହି ବି ଆହତ ହୋଇଥିବା ସୂଚନା ମିଳିନାହିଁ।

Share