Posted inଜାତୀୟ

ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ ପଠାଇଲା ଭାରତ

ନୂଆଦିଲ୍ଲୀ,୨୭।୧: ସେପ୍ଟେମ୍ବର ୧୯୬୦ର ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଭାରତ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି। ଶୁକ୍ରବାର ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ(୩) ଅନୁଯାୟୀ ଏହି ନୋଟିସ୍‌ ଦିଆଯାଇଥିବା ସୂଚନା ଦିଆଯାଇଛି। ଜାନୁୟାରୀ ୨୫ରେ ସିନ୍ଧୁ ଜଳ ପାଇଁ ନିଯୁକ୍ତ କମିଶନରଙ୍କ ମାଧ୍ୟମରେ ନୋଟିସ ଦିଆଯାଇଥିଲା। ସୂତ୍ରରୁ ଜଣାପଡିଛି ଯେ, ପାକିସ୍ତାନର କାର୍ଯ୍ୟକଳାପ ଆଇଡବ୍ଲ୍ୟୁଟିର ବ୍ୟବସ୍ଥା ଏବଂ ଏହାର କାର୍ଯ୍ୟକାରିତା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ଏବଂ ଆଇଡବ୍ଲ୍ୟୁଟିର ସଂଶୋଧନ ପାଇଁ ଭାରତକୁ ଉପଯୁକ୍ତ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ କରିଛି।
ସୂଚନାନୁସାରେ, ୨୦୧୫ରେ ପାକିସ୍ତାନ ଭାରତର କିଶଙ୍ଗଙ୍ଗା ଏବଂ ରାଟଲେ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ (ଏଚ୍‌ଇପି) ଉପରେ ଏହାର ବୈଷୟିକ ଆପତ୍ତି ଉପରେ ଅନୁସନ୍ଧାନ କରିବାକୁ ନିରପେକ୍ଷ ବିଶେଷଜ୍ଞ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲା। ୨୦୧୬ରେ, ପାକିସ୍ତାନ ଏକପାଖିଆ ଭାବରେ ଏହି ଅନୁରୋଧ ପ୍ରତ୍ୟାହାର କରି କୋର୍ଟ ଏହାର ଆପତ୍ତି ଉପରେ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲା। ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନର ଏହି ଏକପାଖିଆ କାର୍ଯ୍ୟ ଆଇଡବ୍ଲ୍ୟୁଟିର ଧାରା ଆଇଏକ୍ସର ଉଲ୍ଲଂଘନ କରୁଛି। ତଦନୁସାରେ, ଭାରତ ଏକ ନିରପେକ୍ଷ ବିଶେଷଜ୍ଞ ନିଯୁକ୍ତି କରିବାକୁ ଅନୁରୋଧ କରିଥିଲା। ସେପ୍ଟେମ୍ବର ୧୯, ୧୯୬୦ରେ ଭାରତ ଏବଂ ପାକିସ୍ତାନ ସିନ୍ଦୁ ଜଳ ଚୁକ୍ତି ସ୍ବାକ୍ଷର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?