ରକ୍ତ ଜୁଡୁବୁଡୁରେ ରଙ୍ଗମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବଲାଙ୍ଗୀର ଅଫିସ, ୨୬।୮: ବଲଙ୍ଗୀର ଜିଲା ସ୍ଥାନୀୟ ହାତୀଶାଳପଡା ଫରେଷ୍ଟ କଲୋନୀରୁ ଶୁକ୍ରବାର ଜଣେ ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ରଙ୍ଗମିସ୍ତ୍ରୀ ଜଣକ ଠିକାଦାରପଡାର ଅଭି ହାତୀ ବୋଲି ଜଣାପଡିଛି। ଫରେଷ୍ଟ କଲୋନୀର ଚାରି ମହଲା କୋଠା ନିକଟରେ ମୁହଁ ମାଡିକି ପଡିଥିବା ଅବସ୍ଥାରେ ସ୍ଥାନୀୟ ପୋଲିସ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ଏହି ଘଟଣାକୁ ପରିବାରଲୋକେ ହତ୍ୟା ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।