ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୨୯ା୭(ପ୍ରଭାତ ପାଣିଗ୍ରାହୀ): ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଏଥିସହିତ ସେଠାରେ ଏକ ପାଇକ ସଂଗ୍ରାହଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଥିଲା। ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ନିମନ୍ତେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ତେବେ ପାଇକ ସଂଗ୍ରହାଳୟ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ପାଇକମାନଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଭବିଷ୍ୟତ ପିଢିଙ୍କ ଲାଗି ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା, ସମିତି, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା। ସେହିପରି ସାମାଜିକକର୍ମୀ ରାମ ନାରାୟଣ ଦାଶ କହିଛନ୍ତି, ଲାଲମାଟିର ଗଡ଼ ଖୋର୍ଦ୍ଧା ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ବିଲୁପ୍ତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନା ହେଲେ, ପାଇକ ମାନଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି।
ପ୍ରୋତ୍ସାହନ ଅଭାବରୁ ଆଗେଇଲାନି ସମରକଳା
ଗୁରୁଜଙ୍ଗଠାରେ ୯୦ଦଶକରେ ସମରକଳା ଏକାଡ଼େମୀ ଆରମ୍ଭ ହୋଇଥିଲା। ସେହି ସମୟରେ ପାଇକ ଗୁରୁଙ୍କ ତତ୍ତ୍ୱାବଧାନରେ ଯୁବକମାନେ ସମରକଳା, ପାଇକ ଆଖଡ଼ା ପ୍ରଦର୍ଶନୀ ପ୍ରଶିକ୍ଷଣ ନେଉଥିଲେ। କୁହାଯାଏ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି ଏହି କଳାର ଉଚ୍ଚ ପ୍ରଂଶସା କରିଥିଲେ। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏହା ଆଗକୁ ବଢ଼ିପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ମାଟିରେ ମିଶିଗଲା।
ଫନୀରେ ନଷ୍ଟ ହୋଇଗଲା
ଏହି କୋଠା କୌଣସି କାରଣରୁ ଉଦ୍‌ଘାଟନ ହୋଇପାରି ନ ଥିଲା। ସେବେଠାରୁ ଏହି କୋଠା ବିପର୍ଯ୍ୟସ୍ତ ହୋଇ ପଡିରହିଥିବା ବେଳେ ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟି ଆଁ କରିବା ସହ ଲୁହାର ଫାଟକରେ କଳଙ୍କି ଲାଗିଯାଇଥିଲା। ଏପରିକି କୋଠା ପରିସର ସାପଙ୍କ ବାସସ୍ଥାନ ପାଲଟିଥିଲା। ୨୦୧୯ ଫନୀ ବାତ୍ୟାରେ ଏହି କୋଠା ନଷ୍ଟ ହୋଇଯାଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି କୋଠା ନିର୍ମାଣ କରାଯାଇଥିଲା, ତାହା ଏବେବି ଆଶାରେ ରହିଯାଇଛି।
ଲକ୍ଷ୍ୟଠାରୁ ଦୂରରେ
ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା ଏବଂ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚତ୍ର, ପ୍ରାଚନୀ କୀର୍ତ୍ତିରାଜୀ ଆଦି ଏହି ସଂଗ୍ରାହଳୟରେ ସ୍ଥାନ ପାଇବ ବୋଲ ଲକ୍ଷ୍ୟ ଥିଲା। ଆଗାମୀ ପିଢିଙ୍କ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଏହି ସଂଗ୍ରାହଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri