ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୨୯ା୭(ପ୍ରଭାତ ପାଣିଗ୍ରାହୀ): ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଏଥିସହିତ ସେଠାରେ ଏକ ପାଇକ ସଂଗ୍ରାହଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଥିଲା। ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ନିମନ୍ତେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ତେବେ ପାଇକ ସଂଗ୍ରହାଳୟ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ପାଇକମାନଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଭବିଷ୍ୟତ ପିଢିଙ୍କ ଲାଗି ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା, ସମିତି, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା। ସେହିପରି ସାମାଜିକକର୍ମୀ ରାମ ନାରାୟଣ ଦାଶ କହିଛନ୍ତି, ଲାଲମାଟିର ଗଡ଼ ଖୋର୍ଦ୍ଧା ଅବହେଳିତ ଅବସ୍ଥାରେ ରହିଛି। ଗଡ଼ଖୋର୍ଦ୍ଧା ବିଲୁପ୍ତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନା ହେଲେ, ପାଇକ ମାନଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି।
ପ୍ରୋତ୍ସାହନ ଅଭାବରୁ ଆଗେଇଲାନି ସମରକଳା
ଗୁରୁଜଙ୍ଗଠାରେ ୯୦ଦଶକରେ ସମରକଳା ଏକାଡ଼େମୀ ଆରମ୍ଭ ହୋଇଥିଲା। ସେହି ସମୟରେ ପାଇକ ଗୁରୁଙ୍କ ତତ୍ତ୍ୱାବଧାନରେ ଯୁବକମାନେ ସମରକଳା, ପାଇକ ଆଖଡ଼ା ପ୍ରଦର୍ଶନୀ ପ୍ରଶିକ୍ଷଣ ନେଉଥିଲେ। କୁହାଯାଏ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି ଏହି କଳାର ଉଚ୍ଚ ପ୍ରଂଶସା କରିଥିଲେ। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏହା ଆଗକୁ ବଢ଼ିପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ମାଟିରେ ମିଶିଗଲା।
ଫନୀରେ ନଷ୍ଟ ହୋଇଗଲା
ଏହି କୋଠା କୌଣସି କାରଣରୁ ଉଦ୍‌ଘାଟନ ହୋଇପାରି ନ ଥିଲା। ସେବେଠାରୁ ଏହି କୋଠା ବିପର୍ଯ୍ୟସ୍ତ ହୋଇ ପଡିରହିଥିବା ବେଳେ ପରବର୍ତ୍ତୀ ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟି ଆଁ କରିବା ସହ ଲୁହାର ଫାଟକରେ କଳଙ୍କି ଲାଗିଯାଇଥିଲା। ଏପରିକି କୋଠା ପରିସର ସାପଙ୍କ ବାସସ୍ଥାନ ପାଲଟିଥିଲା। ୨୦୧୯ ଫନୀ ବାତ୍ୟାରେ ଏହି କୋଠା ନଷ୍ଟ ହୋଇଯାଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି କୋଠା ନିର୍ମାଣ କରାଯାଇଥିଲା, ତାହା ଏବେବି ଆଶାରେ ରହିଯାଇଛି।
ଲକ୍ଷ୍ୟଠାରୁ ଦୂରରେ
ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା ଏବଂ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚତ୍ର, ପ୍ରାଚନୀ କୀର୍ତ୍ତିରାଜୀ ଆଦି ଏହି ସଂଗ୍ରାହଳୟରେ ସ୍ଥାନ ପାଇବ ବୋଲ ଲକ୍ଷ୍ୟ ଥିଲା। ଆଗାମୀ ପିଢିଙ୍କ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଏହି ସଂଗ୍ରାହଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?