ବରୁଣେଇରେ ପାଇକ ସମାବେଶ

ଖୋର୍ଦ୍ଧା ଅଫିସ,୮ା୧୨: ପୁଣି ପାଇକ ମାଟିରେ ତେଜିଲା ଆନ୍ଦୋଳନ। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ପାଇକବୀରଙ୍କୁ ପେନସନ୍‌ ବ୍ୟବସ୍ଥା, ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନିମନ୍ତେ ଦାବି ଜୋର୍‌ ହୋଇଛି। ବୁଧବାର ବରୁଣେଇ ପାହାଡ଼ ପାଦଦେଶରେ ପାଇକମାନେ ଏସବୁ ଦାବି ନେଇ ଏକାଠି ହୋଇଛନ୍ତି। ସେମାନେ ଖଣ୍ଡା, ଢାଲ ଧରି ଯୋଦ୍ଧା ବେଶରେ ନାଚି ନାଚି ପ୍ରସ୍ତାବିତ ସ୍ମାରକୀସ୍ଥଳରେ ପହଞ୍ଚିଥିଲେ।

ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ଏବଂ ଖୋର୍ଦ୍ଧା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପାଇକ ସଙ୍ଗଠନର ସଦସ୍ୟମାନେ ବରୁଣେଇ ପୀଠରେ ଏକାଠି ହୋଇଥିଲେ। ମା’ ବରୁଣେଇ ଏବଂ କରୁଣେଇଙ୍କ ଆଶୀର୍ବାଦ ନେଇ ବୀରବେଶରେ ସଜେଇ ହୋଇ ହାତରେ ଖଣ୍ଡା, ଢାଲ, ତୁରି ଧରି ସେମାନଙ୍କ ଦାବି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମାବେଶରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ, ସମ୍ପାଦକ ଦିଲୀପ ଶ୍ରୀଚନ୍ଦନ, ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ସମେତ ସ୍ଥାନୀୟ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ପାଇକ ସଙ୍ଗଠନ ସାମିଲ ହୋଇଥିଲେ। ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳରେ ପହଞ୍ଚି ବୀରବାଦ୍ୟ ତାଳେ ତାଳେ ପାଇକ ସଙ୍ଗଠନର ସଦସ୍ୟମାନେ ଜଣକ ପରେ ଜଣେ ପାଇକ ଆଖଡ଼ା ପରିବେଷଣ କରି ପାଇକ ବିଦ୍ରୋହର ସ୍ମୃତିକୁ ତାଜା କରିଥିଲେ। ବିଧାୟକ ରାଉତରାୟ ହାତରେ ଖଣ୍ଡା ଧରି ଓ ଢୋଲ ବଜାଇ ବୀରବାଦ୍ୟ ତାଳେ ତାଳେ ପାଇକ ଆଖଡ଼ା ଦଳ ସହ ନାଚି ନାଚି ଶୋଭାଯାତ୍ରାରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କରିଥିଲେ। ରାଉତରାୟ କହିଥିଲେ, ଖୋର୍ଦ୍ଧା ହେଉଛି ବୀର ମାଟି। ୧୮୫୭ର ସିପାହି ବିଦ୍ରୋହ ପୂର୍ବରୁ ଖୋର୍ଦ୍ଧାରେ ୧୮୦୪ରେ ଜୟୀ ରାଜଗୁରୁ ଏବଂ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧରେ ପାଇକମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ପ୍ରଥମ ସ୍ବାଧୀନତା ମାନ୍ୟତା ଦେଇ ଏବେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହାକୁ ପ୍ରତ୍ୟାଖ୍ୟାନ କରିବା ନିନ୍ଦନୀୟ। କେନ୍ଦ୍ରର ଏହି ନିଷ୍ପତ୍ତିକୁ ତୃଣମୂଳସ୍ତରରେ ବିରୋଧ କରାଯିବ। ଆଗାମୀ ଦିନରେ ଖୋର୍ଦ୍ଧାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ। ୨୦୧୯ ଡିସେମ୍ବର ୮ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଲାଗି ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri