ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ବିରାଜ କରୁଛନ୍ତି ସୁଦର୍ଶନ

ପୁରୀ,୫ା୭: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଦାରୁବ୍ରହ୍ମ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ। ଏଥିପାଇଁ ଶରଧାବାଲିରେ ୩ ରଥ ଅପେକ୍ଷା କରିଛନ୍ତି। ଏବେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୋଇ ଛନ୍ତି ସୁଦର୍ଶନ। ଘଣ୍ଟ, ହୁଳହୁଳିରେ ଶରଧାବାଲି କମ୍ପୁଛି। ପହଣ୍ଡି ଦେଖିବା ପାଇଁ ଶରଧାବାଲି ଭକ୍ତମୟ ହୋଇଉଠିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି। ସେହିପରି ଗୋପାଳବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫, ସେନାପଟାଲାଗି ୭ଟାରୁ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଙ୍ଗଳାର୍ପଣ ୧୧ଟା ୪୫, ପରେ ଡୋରଲାଗି ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ୍‌ କରିଡର ହେବ। ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

ବଲାଙ୍ଗୀର ଟାଉନ୍‌ ପୋଲିସ ପଞ୍ଝାରେ ଗଞ୍ଜେଇ ବେପାରୀ: ବାଇକ୍‌ରେ ଚାଲାଣ ବେଳେ ପଡ଼ିଲେ ଧରା, ୫ କିଲୋ…

ବଲାଙ୍ଗୀର,୨୨।୩ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ କାୟା ବିସ୍ତାର କରୁଥିବା ଗଞ୍ଜେଇ ମାଫିଆଙ୍କ ବିରୋଧରେ ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଇକ ଯୋଗେ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri