Posted inଜାତୀୟ

Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…

ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା ଘଟଣା ସାରା ଦେଶରେ ଆଲୋଚନାର ବିଷୟ ହୋଇଛି। ଏହି ଘଟଣା ସମୟରେ ଜଣେ ପର୍ଯ୍ୟଟକଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜିପଲାଇନ ଅପରେଟର ତିନିଥର ‘ଅଲ୍ଲା ହୋ ଅକବର’ ନାରା ଦେଇଥିବା ଶୁଣାଯାଇଛି ଏବଂ ତା’ପରେ ଗୁଳିମାଡ ଆରମ୍ଭ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ କେବଳ ସୋସିଆଲ ମିଡିଆ ନୁହେଁ ପୁରା ଦେଶରେ ନିଆଁ ଲାଗିଯାଇଛି।

ଗୁଜରାଟର ଅହମଦାବାଦରୁ ଆସିଥିବା ପର୍ଯ୍ୟଟକ ଋଷି ଭଟ୍ଟ ଏହି ଭିଡିଓ ରେକର୍ଡ କରିଥିଲେ। ସେ ତାଙ୍କ ପତ୍ନୀ, ପୁଅ ଏବଂ ଅନ୍ୟ ଚାରିଜଣ ପର୍ଯ୍ୟଟକଙ୍କ ସହ ପହଲଗାମର ବୈସରଣ ମେଡୋରେ ଜିପଲାଇନିଂ କରୁଥିଲେ। ଋଷିଙ୍କ ଅନୁଯାୟୀ, ତାଙ୍କ ପୂର୍ବରୁ ନଅ ଜଣ ପର୍ଯ୍ୟଟକ ଜିପଲାଇନ କରିଥିଲେ, କିନ୍ତୁ ଅପରେଟର କିଛି କହି ନ ଥିଲେ। କିନ୍ତୁ ଋଷିଙ୍କ ପାଳି ଆସିବାବେଳେ ଅପରେଟର ତିନିଥର ‘ଅଲ୍ଲା ହୋ ଅକବର’ କହିଥିଲେ ଏବଂ ତା’ପରେ ଗୁଳିମାଡ ଆରମ୍ଭ ହୋଇଥିଲା। ଋଷି କହିଛନ୍ତି, ମୁଁ ଜିପଲାଇନରେ ଥାଏ ବେଳେ ଗୁଳିମାଡ ଶୁଣିଲି। ପ୍ରାୟ ୨୦ ସେକେଣ୍ଡ ପରେ ମୁଁ ବୁଝିଲି ଏହା ଏକ ଆତଙ୍କବାଦୀ ହମଲା।
ଋଷି ଏବଂ ତାଙ୍କ ପରିବାର ନିକଟରେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେ କହିଛନ୍ତି ଯେ ଗୁଳିବର୍ଷଣ ବନ୍ଦ ହେବା ପରେ ସେମାନେ ଜଙ୍ଗଲ ଭିତରେ ଲୁଚିଥିଲେ ଏବଂ ପ୍ରାୟ ୧୮-୨୦ ମିନିଟ ମଧ୍ୟରେ ଭାରତୀୟ ସେନା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲା। ସେନା ଆସିବା ପରେ ଆମେ ନିଶ୍ଚିତ ସୁରକ୍ଷିତ ଅନୁଭବ କଲୁ। ମୁଁ ଭାରତୀୟ ସେନାଙ୍କୁ କୃତଜ୍ଞତା ଜଣାଉଛି।

ଏହି ଘଟଣାରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଜିପଲାଇନ ଅପରେଟରଙ୍କୁ ପଚରାଉଚରା ପାଇଁ ଡକାଇଛି। ଋଷିଙ୍କ ଅଭିଯୋଗ ଅନୁଯାୟୀ, ଅପରେଟରଙ୍କ ଆଚରଣ ସନ୍ଦେହଜନକ ଥିଲା। ସେ କହିଛନ୍ତି, ସେ ଜଣେ ସାଧାରଣ କଶ୍ମୀରୀ ପରି ଦେଖାଯାଉଥିଲେ, କିନ୍ତୁ ତାଙ୍କ ଆଚରଣ ମୋତେ ସନ୍ଦେହ ଉପୁଜାଇଛି। ଏହି ଆତଙ୍କବାଦୀ ହମଲା ପରେ କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ୧୯୬୦ ମସିହାର ଇଣ୍ଡସ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି ଏବଂ ଅଟାରୀ ଚେକପୋଷ୍ଟକୁ ବନ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ହମଲାକୁ ନିନ୍ଦା କରି ଦୋଷୀମାନଙ୍କୁ ‘ପୃଥିବୀର ଶେଷ ପର୍ଯ୍ୟନ୍ତ’ ଖୋଜି ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଥିରେ ଲୋକମାନେ ଏହି ହମଲାର ନିନ୍ଦା କରୁଛନ୍ତି ଏବଂ ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?