୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର,୨୫।୧(ବ୍ୟୁରୋ): ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯିବ। ଏଥର ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ପୁରସ୍କାର ପାଇବାକୁ ଥିବା ୪ ଜଣ ଓଡ଼ିଆ ହେଲେ କଳା ପାଇଁ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ରଙ୍ଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟ୍ଟାୟତ ସାହୁ।