ପଦ୍ମଶ୍ରୀ ଅନ୍ତର୍ଯାମୀ ମିଶ୍ର ହେବେ ଦିବ୍ୟାଲୋକ ସନ୍ଧାନେ ସମ୍ମାନିତ

କଟକ,୨୫।୧୨: ବିଶିଷ୍ଟ ଭାଷାବିତ୍‌ ତଥା ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମୀ ମିଶ୍ରଙ୍କୁ ଦିବ୍ୟାଲୋକ ସନ୍ଧାନେ ସମ୍ମାନ-୨୦୨୪ ପ୍ରଦାନ କରାଯିବ। ଏନେଇ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ କୁମାର ରଥ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ଜାନୁୟାରୀ ୭ରେ ଉରାଳୀ ପଞ୍ଚାୟତ ଅଧୀନ ନଛିପୁରରେ ଥିବା ପ୍ରାଚୀନ ଶୈବପୀଠ ଶ୍ରୀକେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପତ୍ରିକାର ୨୩ତମ ବାର୍ଷିକ ସ୍ବନକ୍ଷତ୍ର ଅନୁଷ୍ଠିତ ହେବ। ଏହି ଅବସରରେ ପଦ୍ମଶ୍ରୀ ମିଶ୍ରଙ୍କୁ ସାଧୁସନ୍ଥଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯିବ।

ସତ୍‌ସଙ୍ଗର ଉଦ୍‌ଘାଟକ ଭାବେ ବିଶିଷ୍ଟ କ୍ରିୟାଯୋଗୀ ପୂଜ୍ୟ ସ୍ବାମୀ ଶ୍ରଦ୍ଧାନନ୍ଦ ଗିରି ମହାରାଜ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏପରିକି ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଓଡ଼ିଆ ଜନଜୀବନରେ ଶ୍ରୀଜଗନ୍ନାଥ’ ପ୍ରସଙ୍ଗ ଉପରେ ଆଲୋଚନା ରଖିବେ ବୋଲି ଜଣାପଡ଼ିଛି l ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଗଣଶିକ୍ଷା ନିର୍ଦ୍ଦେଶକ ଡ. ଶରତ କୁମାର ବିଶ୍ୱାଳ ଉପସ୍ଥିତ ରହିବେ ବୋଲି ପତ୍ରିକାର ସମ୍ପାଦକ ସନ୍ନ୍ୟାସୀ ଜୀ ପ୍ରକାଶ କରିଛନ୍ତି।