ପଦ୍ମପୁର ଉପ-ନିର୍ବାଚନ: ଦୀପାଳିଙ୍କୁ ବଡ଼ ଦାୟିତ୍ୱ

ଝାରସୁଗୁଡ଼ାଅଫିସ/ପଦ୍ମପୁର,୧୯।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପ-ନିର୍ବାଚନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଯୁବନେତ୍ରୀ ଦୀପାଳି ଦାସଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ପ୍ରଚାର କାର୍ଯ୍ୟରେ ବିଜେଡି ପକ୍ଷରୁ ତାଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ପାଇକମାଲ ବ୍ଲକରେ ପ୍ରଚାର କାର୍ଯ୍ୟ ଲାଗି ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।