ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ୧୦ ପ୍ରାର୍ଥୀ

ପଦ୍ମପୁର,୨୧।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ରହିଥିଲା । ତେବେ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ରେବତୀ ଗିରି ଶେଷଦିନରେ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ଦାଖଲ କରିଥିବା ୧୩ ଜଣଙ୍କ ମଧ୍ୟରୁ ଯାଞ୍ଚ ପ୍ରକ୍ରିୟା ବେଳେ ୨ ଜଣଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଥିଲା। ଆଉ ୧୧ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିଲା। ସୋମବାର ରେବତୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନକୁ ୧୦ ପ୍ରାର୍ଥୀ ଓହ୍ଲାଉଛନ୍ତି।
ବିଜେଡିରୁ ବର୍ଷା ସିଂ ବରିହା, ଭାଜପାରୁ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ମୁକ୍ତେଶ୍ୱର ଦାଶ (ଓଜେପି), ବିଦ୍ୟାଧର ପାଣ୍ଡବ ( ଅଖିଳ ଭାରତୀୟ ହିନ୍ଦୁ ମହାସଭା ), ସ୍ବାଧୀନ ପ୍ରାର୍ଥୀ ଭାବେ ବୃନ୍ଦାବନ ପୁରୋହିତ, ଉଦିତ ବୋଣ୍ଡିଆ, ଦେବାର୍ଚ୍ଚନ ନାଏକ, ଶେଷଦେବ ସାହୁ, ଗଙ୍ଗାଧର ସାହା ନିର୍ବାଚନ ମଇଦାନରେ ଏହି ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ।