ସହକାରୀ ଶିକ୍ଷକରୁ ପ୍ରଧାନଶିକ୍ଷକ ଭାବେ ବଦଳି ହେଲେ ପଦ୍ମନ ଶବର, ଭାବବିହ୍ବଳ ହୋଇ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପଦ୍ମନ ଶବରଙ୍କୁ ବୁଧବାର ବିଦ୍ୟାଳୟ ପକ୍ଷରୁ ବଦଳିକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସହକାରୀ ଶିକ୍ଷକ ଜଣକ ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ। ସେ ପଦୋନ୍ନତି ହୋଇ ପାତ୍ରପୁର ବ୍ଳକ ଜରଡା ଗ୍ରାମ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକଙ୍କ ସଭାପତିତ୍ୱରେ ବଦଳିକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ର ବୃନ୍ଦ ଶିକ୍ଷକ ପଦ୍ମନଙ୍କୁ ଅଙ୍ଗବସ୍ତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ପଦ୍ମନ ଭାବ ବହ୍ବଳ ହୋଇ ଦୀର୍ଘବର୍ଷ ଧରି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରି ବିଦ୍ୟାଳୟରେ ସମୟ ଅତିବାହିତ ସମୟରେ ପ୍ରଧାନଶିକ୍ଷକ ଏବଂ ସହକର୍ମୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା , ଅଜିତ ସେଠୀ , ଦିବାକର ଶବର , ସୁରେଶ ନାଗ , ସୁଜିତ ଜେନା , ବ୍ରଜବନ୍ଧୁ ବେହେରା , ଏମ . ଶ୍ରୀନିବାସ ରାଓ , ଗୋପାଳ ଗୈାଡ , ଡମ୍ବରୁଧର ରଣା , ଶିକ୍ଷୟିତ୍ରୀ ସୁଜ୍ଞାନୀ ଭୂମଲ , ସୁଦଷ୍ଣା ଦଣ୍ଡସେନା , ନିକିତା ସାହୁ , ଲିଖିତା ବେହେର ଦଳେଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ସନ୍ତୋଷିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Odisha’s No.1 Odia Daily