ମଣ୍ଡିରେ ପଡ଼ିଛି ଧାନ, ବର୍ଷା ଆଶଙ୍କାରେ ଚାଷୀ

ଲୋଇସିଂହା,୧୨।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ଲୋଇସିଂହା ଓ ବୁର୍ଡାକୁ ବାଦ୍‌ ଦେଇ ବାକି ପାକ୍ସରେ ଧାନକିଣା ଚାଲିଛି। ବ୍ଲକର ୧୦ ପାକ୍ସରୁ ୮ ପାକ୍ସରୁ ଶନିବାର ସୁଦ୍ଧା ୫ ହଜାର ୪୪୧ କୁଇଣ୍ଟାଲ ୪୬ କେଜି ଧାନ କ୍ରୟ ହୋଇଛି। ନଭେମ୍ବର ୨୫ରେ ଜିଲାରେ ଧାନକିଣାକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ। ହେଲେ ଗୁରୁବାର କେତେକ ପାକ୍ସରେ ଧାନ କିଣାଯାଇଥିବାବେଳେ ଶନିବାର ଆଉ ୪ଟି ପାକ୍ସରେ ଧାନ କିଣାଯାଇଥିଲା। ଏଣୁ ଲୋଇସିଂହା ବ୍ଲକରେ ଦୁଇସପ୍ତାହ ପିଛିଲା ଧାନ କିଣାଯାଉଛି। ଶୁକ୍ରବାର ରାତି ଓ ଶନିବାର ଦିନବେଳା ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଥିଲା। ରବିବାର ଦିନତମାମ ମେଘୁଆ ପାଗ ରହିଥିଲା। ମଣ୍ଡିକୁ ଧାନ ଆଣିଥିବା ଚାଷୀ ଏବେ ବର୍ଷ ପାଇଁ ଚିନ୍ତାରେ ପଡିଛନ୍ତି।
ଲୋଇସିଂହା ବ୍ଲକରେ ୧୦ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି। ବ୍ଲକର ୪ ୭୯୨ ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଇତିମଧ୍ୟରେ ବାଦିମୁଣ୍ଡା ପାକ୍ସରେ ୩୬୭ କୁଇଣ୍ଟାଲ ୧୬ କେଜି ଧାନ ଉଠିଛି। ସେହିପରି ଗଡଶଙ୍କରଡୁଙ୍ଗରିପାଲି ପାକ୍ସରୁ ୨୭୭ କୁଇଣ୍ଟାଲ, ଯୋଗୀସର୍ଡାରେ ୧ହଜାର ୧୬ କୁଇଣ୍ଟାଲ, କନ୍ଦାଜୁରୀ ୯୧୯ କୁଇଣ୍ଟାଲ, କୁଶଙ୍ଗରେ ୧୦୩୧ କୁଇଣ୍ଟାଲ, କୁଶମେଲରେ ୧୩୫୧ କୁଇଣ୍ଟାଲ,ରେଙ୍ଗାଲି ପାକ୍ସରେ ୧୫୩ କୁଇଣ୍ଟାଲ ଓ ସରଗାଡ ପାକ୍ସରେ ୩୨୫ କୁଇଣ୍ଟାଲ ଧାନ କିଣାଯାଇଛି। କୁଶମେଲ ସମେତ ବିଭିନ୍ନ ସ୍ଥାନରେ ୩କେଜିରୁ ଅଧିକ ଧାନ କଟନୀଛଟନୀ ହେଉଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଲୋଇସିଂହା ଓ ବୁର୍ଡା ପାକ୍ସରେ ଧାନକିଣା ଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri