ମଣ୍ଡିରେ ପଡ଼ିଛି ଧାନ, ବର୍ଷା ଆଶଙ୍କାରେ ଚାଷୀ

ଲୋଇସିଂହା,୧୨।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ଲୋଇସିଂହା ଓ ବୁର୍ଡାକୁ ବାଦ୍‌ ଦେଇ ବାକି ପାକ୍ସରେ ଧାନକିଣା ଚାଲିଛି। ବ୍ଲକର ୧୦ ପାକ୍ସରୁ ୮ ପାକ୍ସରୁ ଶନିବାର ସୁଦ୍ଧା ୫ ହଜାର ୪୪୧ କୁଇଣ୍ଟାଲ ୪୬ କେଜି ଧାନ କ୍ରୟ ହୋଇଛି। ନଭେମ୍ବର ୨୫ରେ ଜିଲାରେ ଧାନକିଣାକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ। ହେଲେ ଗୁରୁବାର କେତେକ ପାକ୍ସରେ ଧାନ କିଣାଯାଇଥିବାବେଳେ ଶନିବାର ଆଉ ୪ଟି ପାକ୍ସରେ ଧାନ କିଣାଯାଇଥିଲା। ଏଣୁ ଲୋଇସିଂହା ବ୍ଲକରେ ଦୁଇସପ୍ତାହ ପିଛିଲା ଧାନ କିଣାଯାଉଛି। ଶୁକ୍ରବାର ରାତି ଓ ଶନିବାର ଦିନବେଳା ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଥିଲା। ରବିବାର ଦିନତମାମ ମେଘୁଆ ପାଗ ରହିଥିଲା। ମଣ୍ଡିକୁ ଧାନ ଆଣିଥିବା ଚାଷୀ ଏବେ ବର୍ଷ ପାଇଁ ଚିନ୍ତାରେ ପଡିଛନ୍ତି।
ଲୋଇସିଂହା ବ୍ଲକରେ ୧୦ଟି ପ୍ରାଥମିକ କୃଷି ସମବାୟ ସମିତି ରହିଛି। ବ୍ଲକର ୪ ୭୯୨ ଜଣ ଚାଷୀ ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଇତିମଧ୍ୟରେ ବାଦିମୁଣ୍ଡା ପାକ୍ସରେ ୩୬୭ କୁଇଣ୍ଟାଲ ୧୬ କେଜି ଧାନ ଉଠିଛି। ସେହିପରି ଗଡଶଙ୍କରଡୁଙ୍ଗରିପାଲି ପାକ୍ସରୁ ୨୭୭ କୁଇଣ୍ଟାଲ, ଯୋଗୀସର୍ଡାରେ ୧ହଜାର ୧୬ କୁଇଣ୍ଟାଲ, କନ୍ଦାଜୁରୀ ୯୧୯ କୁଇଣ୍ଟାଲ, କୁଶଙ୍ଗରେ ୧୦୩୧ କୁଇଣ୍ଟାଲ, କୁଶମେଲରେ ୧୩୫୧ କୁଇଣ୍ଟାଲ,ରେଙ୍ଗାଲି ପାକ୍ସରେ ୧୫୩ କୁଇଣ୍ଟାଲ ଓ ସରଗାଡ ପାକ୍ସରେ ୩୨୫ କୁଇଣ୍ଟାଲ ଧାନ କିଣାଯାଇଛି। କୁଶମେଲ ସମେତ ବିଭିନ୍ନ ସ୍ଥାନରେ ୩କେଜିରୁ ଅଧିକ ଧାନ କଟନୀଛଟନୀ ହେଉଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଲୋଇସିଂହା ଓ ବୁର୍ଡା ପାକ୍ସରେ ଧାନକିଣା ଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri