ମଣ୍ଡିରେ ଧାନ, ଘାରିଛି ବର୍ଷା ଚିନ୍ତା

ବରଗଡ଼ ଅଫିସ୍‌,୧୪।୬
(ପ୍ରେମାନନ୍ଦ ଖମାରୀ)

ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଜିଲାରେ ଖୋଲିଥିବା ମଣ୍ଡି ଗୁଡ଼ିକରେ ଚିରାଚରିତ ଢ଼ଙ୍ଗରେ ଧାନ କିଣାବିକା ଚାଲିଛି। ମାତ୍ର ଭିତ୍ତିଭୂମି ଅଭାବରୁ ଅନେକ ମଣ୍ଡିରେ ଖୋଲା ଆକାଶତଳେ ଧାନ ପଡ଼ିରହିଛି। ଗୋଟିଏ ପଟେ ବର୍ଷା ପାଖେଇ ଆସୁଥିବା ବେଳେ ସମ୍ପୃକ୍ତ ମଣ୍ଡିଗୁଡ଼ିକରେ ଧାନ ଉଠାଣ ପ୍ରକ୍ରିୟା ପୂର୍ବାପେକ୍ଷା ଶିଥିଳ ହୋଇପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ଉଠାଇବା ପାଇଁ ମିଲର୍ସମାନେ ଠିକ୍‌ ଭାବେ ମଣ୍ଡିକୁ ଗାଡ଼ି ପଠାଉନାହାନ୍ତି। ଫଳରେ ସେଭଳି ଖୋଲାମଣ୍ଡି ଗୁଡ଼ିକରେ ଦୀର୍ଘଦିନ ଧରି ବହୁ ପରିମାଣରେ ଧାନ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କୁ ବର୍ଷା ଭୟ ଘାରିଛି। ମଣ୍ଡି ଗୁଡ଼ିକରେ ଭିତ୍ତିଭୂମି ଠିକ୍‌ ନ ଥିବା ଯୋଗୁ ବର୍ଷାହେଲେ ଖୋଲାମଣ୍ଡିରେ ରହିଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଯାଇଛି ।
ବରଗଡ଼ ଜିଲାରେ ଗତ ମେ ୬ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଛି । ଏଥର ଧାନ ସଂଗ୍ରହ ପାଇଁ ସମୁଦାୟ ୧୭୨ ମଣ୍ଡି ଖୋଲାଯାଇଛି। ସେଥିରୁ ୭୨ଟି ସ୍ଥାୟୀ ମଣ୍ଡି (ମାର୍କେଟ୍‌ ୟାର୍ଡ଼) ହୋଇଥିବାବେଳେ ଅନ୍ୟ ୧୦୦ଟି ଅସ୍ଥାୟୀ ମଣ୍ଡି(ଧାନକ୍ରୟ କେନ୍ଦ୍ର) ରହିଛି। ସ୍ଥାୟୀ ମଣ୍ଡି ଗୁଡ଼ିକରେ ମୁଖ୍ୟତଃ ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହ ରହିଥିବାବେଳେ ଅଧିକାଂଶ ଅସ୍ଥାୟୀ ମଣ୍ଡିରେ ସେଭଳି ଭିତ୍ତିଭୂମି ରହିନାହିଁ । ଚାଷୀମାନେ ବିକ୍ରି ପାଇଁ ଆଣୁଥିବା ଧାନ ସବୁ ସାଧାରଣତଃ ସେଠାକାର ଖୋଲା ଆକାଶତଳେ ରହିଥାଏ ଏବଂ ବର୍ଷା ହେଲେ ସମ୍ପୃକ୍ତ ଖୋଲାମଣ୍ଡି ଗୁଡ଼ିକରେ ସଂଗୃହୀତ ଧାନ ପ୍ରଭାବିତ ହୁଏ। ତାରପୋଲିନ ମାଧ୍ୟମରେ ଚାଷୀ ଧାନବସ୍ତାକୁ ଘୋଡ଼ାଇ ରଖିଲେ ମଧ୍ୟ ବର୍ଷା, ଆଦ୍ରତା ଆଳ ଦେଖାଇ ଚାଷୀଙ୍କୁ କଟନୀଛଟନୀର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବର୍ଷା ପାଖେଇ ଆସୁଥିବା ଯୋଗୁ ବର୍ତ୍ତମାନ ଚାଷୀଙ୍କୁ ସେହି ଆଶଙ୍କା ଘାରିଲାଣି।
ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମର ଜଣେ ଚାଷୀ ଉମାକାନ୍ତ ନାଏକ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସାହ୍ଲେପାଲି ମଣ୍ଡିରେ ଠିକ୍‌ ଭାବେ ଧାନ ଉଠୁଥିଲା। ମିଲର୍ସମାନେ ମଣ୍ଡିରେ ଅନେକ ଟ୍ରକ୍‌ ଲଗାଇ ଧାନ ଉଠାଇ ନେଉଥିଲେ। କିନ୍ତୁ ବର୍ଷା ଯେତିକି ପାଖେଇ ଆସୁଛି, ମଣ୍ଡିକୁ ମିଲର୍ସଙ୍କ ଟ୍ରକ୍‌ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଫଳରେ ଆଗଭଳି ମଣ୍ଡିରୁ ଧାନ ଉଠିପାରୁନାହିଁ। ଏବେ ମଧ୍ୟ ସାହ୍ଲେପାଲି ମଣ୍ଡିରେ ୧୬ହଜାର ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଥିବାବେଳେ ଆହୁରି ୧୫ଜଣ ଚାଷୀଙ୍କ ଧାନ ମଣ୍ଡିକୁ ଆସିବାକୁ ବାକି ରହିଛି । ଫଳରେ ମଣ୍ଡିରୁ ତୁରନ୍ତ ଧାନ ଉଠା ନ ଗଲେ ଆଗକୁ ବର୍ଷାରେ ତାହା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ସେହପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଧାନ ସଂଗ୍ରହ ବାବଦକୁ କୁଇଣ୍ଟାଲ ପ୍ରତି ଆର୍‌ଏମ୍‌ସି ପ୍ରତିଥର ଏମ୍‌ଏସ୍‌ପିର ୨ପ୍ରତିଶତ ଟଙ୍କା ସରକାରଙ୍କଠାରୁ ପାଉଛି। ସେହି ଟଙ୍କାରେ ଆର୍‌ଏମ୍‌ସି ମଣ୍ଡିର ଭିତ୍ତିଭୂମି ତଥା ଚାଷୀଙ୍କ ପିଇବା ପାଣିଠାରୁ ବିକ୍ରି ପର୍ଯ୍ୟନ୍ତ ସବୁପ୍ରକାର ବ୍ୟବସ୍ଥା କରିବା କଥା। କିନ୍ତୁ ଆର୍‌ଏମ୍‌ସି ସେ ଦିଗରେ କିଛି ପଦକ୍ଷେପ ନେଉନାହିଁ। ତାହା ମଣ୍ଡି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରିବା ବଦଳରେ ସେ ବାବଦକୁ କୋଟି କୋଟି ଟଙ୍କା ଆର୍‌ଏମ୍‌ସିରେ ପଡ଼ିରହୁଛି ଏବଂ ଶେଷରେ ଚାଷୀଙ୍କୁ କ୍ଷତିଗ୍ରସ୍ତ ହେବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ମହାପାତ୍ର କହିଥିଲେ। ଏ ସମ୍ପର୍କରେ ଜାଣିବାକୁ ଅତାବିରା ଆର୍‌ଏମ୍‌ସି ସମ୍ପାଦକ ପ୍ରଦୀପ ବେସନଙ୍କୁ ମୋବାଇଲ ନମ୍ବର ୯୪୩୮୮ ୨୦୯୭୧ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍‌ ରିସିଭ୍‌ ନ କରିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri