ଆଜି ସରିବ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡିରୁ ଉଠିନି ଧାନ

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ସରିଯିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଛନ୍ତି। ମାତ୍ର ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ଭଣ୍ଡାରେ ପଡ଼ି ରହିଛି। ଅନ୍ୟପକ୍ଷରେ ମଣ୍ଡିକୁ ଆସି ନଥିବା ଧାନ ବେପାରୀ ମାଧ୍ୟମରେ ସିଧାସଳଖ ଜିଲାର କେତେକ ରାଇସ ମିଲକୁ ଯାଉଥିବା ଏବଂ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ପଡ଼ି ରହିଥିବା ଧାନକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜନ ପ୍ରତିନିଧି ନିର୍ବିକାର ରହିଥିବା ଅଭିଯୋଗ କରି ଚାଷୀ ଅସନ୍ତୋଷ ବଢି ଚାଲିଛି। ଏହି କ୍ରମରେ ରବିବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ରେମତା, ବରଗଡ଼ ବ୍ଲକ ଅନ୍ତର୍ଗତ କୁର୍ଲା ଆଦି ଗ୍ରାମର ଚାଷୀମାନେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ରବିବାର ଛୁଟି ଦିବସ ଥିବାବେଳେ କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲୁଥିଲା। ତେବେ ଧାନ ସଂଗ୍ରହ ପ୍ରକ୍ରିୟାରେ ଏଭଳି ସ୍ଥିତି ଉପୁଜିଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀମାନଙ୍କ ଅନୁପସ୍ଥିତି ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କାର୍ଯ୍ୟାଳୟକୁ ଆସି ଅଧିକାରୀମାନେ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ଉଠାଇବା ନେଇ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟାଳୟରୁ ଯିବେ ନାହିଁ ବୋଲି ଅଡି ବସିଥିଲେ। ତେବେ ପରେ ଫୋନରେ କିଛି ଚାଷୀ ପ୍ରତିନିଧି ବିଭାଗୀୟ ଅଧିକାରୀମାନଙ୍କ ସହିତ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସୋମବାର ସୁଦ୍ଧା ସମସ୍ତ ଧାନ ଉଠାଯିବା ନେଇ ପ୍ରତିଶ୍ରୁତି ପାଇଥିଲେ। ଏହାପରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଘରକୁ ଫେରିଥିଲେ। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀମାନେ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି, କିନ୍ତୁ ପ୍ରତିଶ୍ରୁତି ମୁତାବକ ମଣ୍ଡିରେ ପଡିଥିବା ଧାନ ଉଠାଣ ହେଉ ନଥିବାରୁ ଚାଷୀମାନେ ଏବେ ମଧ୍ୟ ଚିନ୍ତାରେ ରହିଛନ୍ତି। ରେମତା ଗ୍ରାମର ଚାଷୀ ଚୈତନ୍ୟ ପଟେଲ କହିଛନ୍ତି, ରେମତା ମଣ୍ଡିରେ ୩୪ଚାଷୀଙ୍କ ୨୮୭୦ କୁଇଣ୍ଟାଲ ଧାନ ପଡ଼ି ରହିଛି। ଏହି ଧାନ ଉଠାଇବା ପାଇଁ ଶନିବାର ଗ୍ରାମର ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସମସ୍ତ ଧାନ ଉଠାଣ ନେଇ ମିଲର୍ସମାନଙ୍କୁ ଟାର୍ଗେଟ ଦିଆଗଲା ବୋଲି ଯୋଗାଣ ଅଧିକାରୀ କହିଥିଲେ। କିନ୍ତୁ ମାତ୍ର ୧୮୦୦ କୁଇଣ୍ଟାଲର ଟାର୍ଗେଟ ଆସିଥିବାରୁ କେଉଁ ଚାଷୀଙ୍କ ଧାନ ଉଠିବ ଏବଂ କାହାର ଧାନ ମଣ୍ଡିରେ ପଡି ରହିବ, ତାକୁ ନେଇ ଚାଷୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରାଯାଉଛି। ଫଳରେ ସମୁଦାୟ ଧାନ ଉଠାଇବା ପାଇଁ ଟାର୍ଗେଟ ଦିଆଯାଉ ଏବଂ ସମସ୍ତ ଧାନ ମଣ୍ଡିରୁ ଉଠାଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ଧାନ ବିକି ପାରି ନ ଥିବାରୁ ସ୍କୁଲ, କଲେଜରେ ଚାଷୀମାନେ ସେମାନଙ୍କ ପିଲାଛୁଆଙ୍କ ନାମ ଲେଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅନ୍ୟଜଣେ ଚାଷୀ ଲଲିତ ଦାଶ କହିଛନ୍ତି। କୁର୍ଲା ଗ୍ରାମର ଚାଷୀ ରବିନ୍ଦ୍ର ଖମାରୀ କହିଛନ୍ତି, ଖରିଫ ଚାଷ ସମୟ ଗଡ଼ି ଚାଲିଛି। ମାତ୍ର ଚାଷୀମାନେ ରବି ଧାନ ଏପର୍ଯ୍ୟନ୍ତ ବିକ୍ରି କରି ପାରି ନଥିବାରୁ ଖରିଫ ଚାଷକାର୍ଯ୍ୟ କରି ପାରୁ ନାହାନ୍ତି। ଅପରପକ୍ଷରେ ବର୍ଷା ଆସି ଯାଇଥିବାରୁ ଜିଲାର ଚାଷୀମାନଙ୍କ ଚିନ୍ତା ବଢି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri