ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁର ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ବାଇପାସ ଛକରେ ଜାତୀୟ ରାଜପଥ(୫୩)ରେ ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜ଼ାର ହଜ଼ାର ମାଲବାହୀ ଟ୍ରକ ଅଟକି ରହିଛି। ତେବେ ଚାଷୀମାନେ କେବଳ ମାଲବାହୀ ଗାଡ଼ିଗୁଡିକୁ ଅଟକାଉଥିବାବେଳେ ଯାତ୍ରୀବାହୀ ଗାଡ଼ି ଗୁଡିକର ଚଳାଚଳ ସ୍ବାଭାବିକ ରହିଛି l ଆନ୍ଦୋଳନସ୍ଥଳରେ ପହଞ୍ଚି ଅତିରିକ୍ତ ଏସପିଙ୍କ ସହ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିବାବେଳେ ନଛୋଡ଼ବନ୍ଧା ଚାଷୀ ରାସ୍ତା ଉପରେ ବସି ବିଭିନ୍ନ ସରକାର ବିରୋଧି ନାରା ଦେଇ ଆନ୍ଦୋଳନକୁ ଜାରି ରଖିଛନ୍ତି।

ଜିଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ବ୍ୟାମୋକେଶ ଠାକୁର କହିଛନ୍ତି, ଗତ ୨୮ ତାରିଖ ଠାରୁ ଧାନମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ଆଜି ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କ୍ର୍ରିୟ କରାଯାଇ ନାହିଁ। ସମ୍ବଲପୁରରେ ଧାନ ନେବାକୁ ରାଜି ଥିବାବେଳେ ଏପର୍ଯ୍ୟନ୍ତ ସେମାନେ କଷ୍ଟମ ମିଲିଂ ପାଇଁ ଧାନ ନେବାକୁ ଚୁକ୍ତିପତ୍ର ସ୍ବାକ୍ଷର କରି ନାହାନ୍ତି କି ଏବାବଦ ସିକ୍ୟୁରିଟି ଅର୍ଥ ମଧ୍ୟ ଦାଖଲ କରିନାହାନ୍ତି। ଅପରପକ୍ଷରେ ଟୋକନ ପାଇଥିଲେ ହେଁ ପଞ୍ଜିକୃତ ଚାଷୀମାନଙ୍କ ନାମ ସମ୍ପୃକ୍ତ ସମବାୟ ସମିତିରେ ପ୍ରଦର୍ଶନ କରୁନାହିଁ। ଫଳରେ ବିକ୍ରି ପାଇଁ ଧାନ ନେଇ ମଣ୍ଡିରେ ପହଞ୍ଚୁଥିବା ଚାଷୀଙ୍କ ନାମରେ ପି-ପାସ ଜାରି ହୋଇ ପାରୁନାହିଁ। ଯାହା ଚାଷୀଙ୍କ ଧାନ ବିକ୍ରିରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଠାକୁର। ତେବେ ଏଭଳି ପରିସ୍ଥିତିରେ ବିଳମ୍ବିତ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ସୋମବାର ଉଗ୍ର ରୂପ ଧାରଣ କରିଛି ଓ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି।
ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଅନୁରୋଧ କରି ବିଫଳ ହୋଇଛନ୍ତି।
ଉପ ଜିଲାପାଳ ଡା.ପଣ୍ଡା କହିଛନ୍ତି ଯେ, ବୈଷୟିକ ତୃଟି ଯୋଗୁ ଚାଷୀଙ୍କ ନାମରେ ପି-ପାସ ଜାରି ହୋଇପାରି ନ ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମାନ୍ୟ ଅସୁବିଧା ହୋଇଛି। ସନ୍ଧ୍ୟାସୁଦ୍ଧା ସମସ୍ତ ଅସୁବିଧା ଦୂର ହୋଇଯିବ। ମିଲର୍ସଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇ ନ ଥିବାରୁ ମଣ୍ଡିରେ ମିଲର୍ସଙ୍କୁ ଟେଗ ହୋଇ ପାରିନାହିଁ। ସନ୍ଧ୍ୟାସୁଦ୍ଧା ମିଲର୍ସ ଚୁକ୍ତିପତ୍ର ସ୍ବାକ୍ଷର ସମ୍ପନ୍ନ ହୋଇଯିବ। ଧାନ ବିକ୍ରି ପାଇଁ ଚାଷୀମାନଙ୍କ ନାମରେ ପି-ପାସ ଜାରି ହୋଇଯିବ। ଆଗକୁ ଧାନ ଉଠିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri