ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଧାନ ସଂଗ୍ରହ ପକ୍ରିୟାରେ ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଚାଷୀ ସମ୍ବଲପୁର ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ବାଇପାସ ଛକରେ ଜାତୀୟ ରାଜପଥ(୫୩)ରେ ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜ଼ାର ହଜ଼ାର ମାଲବାହୀ ଟ୍ରକ ଅଟକି ରହିଛି। ତେବେ ଚାଷୀମାନେ କେବଳ ମାଲବାହୀ ଗାଡ଼ିଗୁଡିକୁ ଅଟକାଉଥିବାବେଳେ ଯାତ୍ରୀବାହୀ ଗାଡ଼ି ଗୁଡିକର ଚଳାଚଳ ସ୍ବାଭାବିକ ରହିଛି l ଆନ୍ଦୋଳନସ୍ଥଳରେ ପହଞ୍ଚି ଅତିରିକ୍ତ ଏସପିଙ୍କ ସହ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଆନ୍ଦୋଳନରତ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିବାବେଳେ ନଛୋଡ଼ବନ୍ଧା ଚାଷୀ ରାସ୍ତା ଉପରେ ବସି ବିଭିନ୍ନ ସରକାର ବିରୋଧି ନାରା ଦେଇ ଆନ୍ଦୋଳନକୁ ଜାରି ରଖିଛନ୍ତି।

ଜିଲା କୃଷକ ସୁରକ୍ଷା ସଙ୍ଗଠନ ସଭାପତି ବ୍ୟାମୋକେଶ ଠାକୁର କହିଛନ୍ତି, ଗତ ୨୮ ତାରିଖ ଠାରୁ ଧାନମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀଙ୍କ ଧାନକୁ ଆଜି ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କ୍ର୍ରିୟ କରାଯାଇ ନାହିଁ। ସମ୍ବଲପୁରରେ ଧାନ ନେବାକୁ ରାଜି ଥିବାବେଳେ ଏପର୍ଯ୍ୟନ୍ତ ସେମାନେ କଷ୍ଟମ ମିଲିଂ ପାଇଁ ଧାନ ନେବାକୁ ଚୁକ୍ତିପତ୍ର ସ୍ବାକ୍ଷର କରି ନାହାନ୍ତି କି ଏବାବଦ ସିକ୍ୟୁରିଟି ଅର୍ଥ ମଧ୍ୟ ଦାଖଲ କରିନାହାନ୍ତି। ଅପରପକ୍ଷରେ ଟୋକନ ପାଇଥିଲେ ହେଁ ପଞ୍ଜିକୃତ ଚାଷୀମାନଙ୍କ ନାମ ସମ୍ପୃକ୍ତ ସମବାୟ ସମିତିରେ ପ୍ରଦର୍ଶନ କରୁନାହିଁ। ଫଳରେ ବିକ୍ରି ପାଇଁ ଧାନ ନେଇ ମଣ୍ଡିରେ ପହଞ୍ଚୁଥିବା ଚାଷୀଙ୍କ ନାମରେ ପି-ପାସ ଜାରି ହୋଇ ପାରୁନାହିଁ। ଯାହା ଚାଷୀଙ୍କ ଧାନ ବିକ୍ରିରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଠାକୁର। ତେବେ ଏଭଳି ପରିସ୍ଥିତିରେ ବିଳମ୍ବିତ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ସୋମବାର ଉଗ୍ର ରୂପ ଧାରଣ କରିଛି ଓ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି।
ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଅନୁରୋଧ କରି ବିଫଳ ହୋଇଛନ୍ତି।
ଉପ ଜିଲାପାଳ ଡା.ପଣ୍ଡା କହିଛନ୍ତି ଯେ, ବୈଷୟିକ ତୃଟି ଯୋଗୁ ଚାଷୀଙ୍କ ନାମରେ ପି-ପାସ ଜାରି ହୋଇପାରି ନ ଥିବାରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମାନ୍ୟ ଅସୁବିଧା ହୋଇଛି। ସନ୍ଧ୍ୟାସୁଦ୍ଧା ସମସ୍ତ ଅସୁବିଧା ଦୂର ହୋଇଯିବ। ମିଲର୍ସଙ୍କ ଚୁକ୍ତିପତ୍ର ସ୍ବାକ୍ଷର ହୋଇ ନ ଥିବାରୁ ମଣ୍ଡିରେ ମିଲର୍ସଙ୍କୁ ଟେଗ ହୋଇ ପାରିନାହିଁ। ସନ୍ଧ୍ୟାସୁଦ୍ଧା ମିଲର୍ସ ଚୁକ୍ତିପତ୍ର ସ୍ବାକ୍ଷର ସମ୍ପନ୍ନ ହୋଇଯିବ। ଧାନ ବିକ୍ରି ପାଇଁ ଚାଷୀମାନଙ୍କ ନାମରେ ପି-ପାସ ଜାରି ହୋଇଯିବ। ଆଗକୁ ଧାନ ଉଠିବାରେ ଆଉ କୌଣସି ଅସୁବିଧା ରହିବ ନାହିଁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri