ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ: ଚାଷୀ ହେଉଛନ୍ତି ହଟହଟା

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର):ସମ୍ବଲପୁର ଜିଲାରେ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ। ଧାନ ସଂଗ୍ରହ ପାଇଁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ଦ୍ୱାର ଦେଶରେ। ଫଳରେ ବର୍ତ୍ତମାନ ଘୋର ଅଭାବି ବିକ୍ରିର ଶିକାର ଚାଷୀଙ୍କୁ ବ୍ୟାପକ ହଟହଟା ହେବାକୁ ପଡ଼ିଛି। ଜିଲାରେ ବର୍ତ୍ତମାନ ପ୍ରାଥମିକ ଲକ୍ଷ୍ୟର ପ୍ରାୟ ୯୯.୮ ପ୍ରତିଶତ ଧାନ ସଂଗ୍ରହ ହୋଇ ସାରିଛି। ତେଣୁ ଚାଉଁରପୁରର ଚାଷୀମାନେ ଏଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି(ପିଏସିଏସ)ରେ ଧାନ ସଂଗ୍ରହ ଲକ୍ଷ୍ୟକୁ ଅତିରିକ୍ତ ୧୦କୁଇଣ୍ଟାଲକୁ ବୃଦ୍ଧି କରିବାକୁ ଲିଖିତ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ମୋଟ ୧୬୩୪୮ ଜଣ ପଞ୍ଜୀକୃତ ଚାଷୀଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୮ ଲକ୍ଷ ୭୩ ହଜାର ୧୭୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ଶୁକ୍ରବାର ସର୍ବଶେଷ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ଜିଲାରେ ମୋଟ ୧୦୨୩୧ ଜଣ ଚାଷୀଙ୍କଠାରୁ ୮ ଲକ୍ଷ ୭୧ ହଜାର ୯୬୦.୨୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଛି। ପ୍ରାଥମିକ ଲକ୍ଷ୍ୟ ପୂରଣ ହୋଇ ସାରିଥି୍‌ଲେ ହେଁ ବର୍ତ୍ତମାନ ମଧ୍ୟ ଜିଲାରେ ୬୧୧୭ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରି ପାରି ନ ଥିବା ଜଣାପଡ଼ିଛି। ଏପରିକି ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ଚାଷୀମାନେ ନିଜ ଧାନକୁ ବିକ୍ରୀ ପାଇଁ ରାସ୍ତା ଉପରେ ଶୁଖାଉଥିବା ଦେଖିବାକୁ ମିଳିଛି।
ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହେବାକୁ ବସିଥିବା ବେଳେ ଗତ ମଙ୍ଗଳବାର ସମ୍ବଲପୁର ଜିଲା ପାଇଁ ସରକାରଙ୍କ ପକ୍ଷରୁ ଅତିରିକ୍ତ ୨ ଲକ୍ଷ ୧୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଅନୁମତି ଦେଇଛନ୍ତି। ହେଲେ ଏହି ଲକ୍ଷ୍ୟ ଉପଯୁକ୍ତ ଭାବେ ବିଭିନ୍ନ ପିଏସିଏସ୍‌କୁ ବଣ୍ଟନ ହୋଇନାହିଁ। ଫଳରେ ବିକ୍ରୟ ପାଇଁ ଧାନ ଧରି କ୍ରୟ କେନ୍ଦ୍ରକୁ ଆସିଥିବା ଚାଷୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଅପରପକ୍ଷରେ ଚାଉଁରପୁର ପିଏସିଏସ୍‌ରେ ମୋଟ ୭୯୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ ୫୨୧ ଜଣ ଚାଷୀଙ୍କଠାରୁ ମୋଟ୍‌ ୪୯ ହଜାର ୨୫୭.୩୮ କୁଇଣ୍ଟାଲ ଧାନ ସଂଗୃହିତ ହୋଇସାରିଛି। ସେଥିମଧ୍ୟରେ ଚାଉଁରପୁର କ୍ରୟକେନ୍ଦ୍ରରେ ପ୍ରକୃତରେ ୩୩ ହଜାର ୨୧୧୍‌.୧୯ କୁଇଣ୍ଟାଲ ଓ ସେନାପାଲିରେ ୨୬ ହଜାର ୦୨୬.୬୬ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଠାରେ ଉଭୟ କେନ୍ଦ୍ର ପାଇଁ ଯଥାକ୍ରମେ ୩୪ ହଜାର ୯୫୦ ଓ ୨୭ ହଜାର ୩୪୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏଠାରେ ପ୍ରକୃତ ସଂଗ୍ରହ ଠାରୁ ସରକାରୀ ପୋର୍ଟାଲରେ ସଂଗୃହିତ ଧାନର ପରିମାଣ କମ୍‌ ପ୍ରଦର୍ଶିତ କରୁଥିବାରୁ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ପୁନଃ ଅଧିକ ଲକ୍ଷ୍ୟ ପ୍ରଦାନ କରାଯାଉନାହିଁ। ତେଣୁ ଏଠାରେ ଚାଷୀଙ୍କ ଧାନ ସଂଗ୍ରହରେ ଅବ୍ୟବସ୍ଥା ହେଉଥିବା ଦେଖିବାକୁ ମିଳିଛି।
ଏହାକୁ ନେଇ ନିଜ ପ୍ରତିକ୍ରିୟାରେ ଅତିରିକ୍ତ ଯୋଗାଣ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ୨ ଲକ୍ଷ ୧୯ ହଜାର କୁଇଣ୍ଟାଲର ଲକ୍ଷ୍ୟକୁ ୫୮ଟି କ୍ରୟକେନ୍ଦ୍ରକୁ ଆବଶ୍ୟକତା ଭିତ୍ତିରେ ବଣ୍ଟନ କରାଯାଇଛି। ମାତ୍ର ସମ୍ବଲପୁର ଜିଲାରେ ଆବଶ୍ୟକତା ଅନୁସାରେ ଆହୁରି ଅଧିକ ଧାନ ସଂଗ୍ରହ ଲକ୍ଷ୍ୟ ପ୍ରଦାନ ପାଇଁ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଖୁବଶୀଘ୍ର ନୂତନ ଲକ୍ଷ୍ୟ ଆସିବା ପରେ ଧାନ ସଂଗ୍ରହରେ ରହିଥିବା ସବୁ ଅସୁବିଧା ଦୂର ହୋଇଯିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ସୋରେଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri