ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ: ଚାଷୀ ହେଉଛନ୍ତି ହଟହଟା

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର):ସମ୍ବଲପୁର ଜିଲାରେ ଅତ୍ୟନ୍ତ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଧାନ ସଂଗ୍ରହ। ଧାନ ସଂଗ୍ରହ ପାଇଁ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ପୂରଣ ଦ୍ୱାର ଦେଶରେ। ଫଳରେ ବର୍ତ୍ତମାନ ଘୋର ଅଭାବି ବିକ୍ରିର ଶିକାର ଚାଷୀଙ୍କୁ ବ୍ୟାପକ ହଟହଟା ହେବାକୁ ପଡ଼ିଛି। ଜିଲାରେ ବର୍ତ୍ତମାନ ପ୍ରାଥମିକ ଲକ୍ଷ୍ୟର ପ୍ରାୟ ୯୯.୮ ପ୍ରତିଶତ ଧାନ ସଂଗ୍ରହ ହୋଇ ସାରିଛି। ତେଣୁ ଚାଉଁରପୁରର ଚାଷୀମାନେ ଏଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି(ପିଏସିଏସ)ରେ ଧାନ ସଂଗ୍ରହ ଲକ୍ଷ୍ୟକୁ ଅତିରିକ୍ତ ୧୦କୁଇଣ୍ଟାଲକୁ ବୃଦ୍ଧି କରିବାକୁ ଲିଖିତ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ମୋଟ ୧୬୩୪୮ ଜଣ ପଞ୍ଜୀକୃତ ଚାଷୀଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୮ ଲକ୍ଷ ୭୩ ହଜାର ୧୭୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ଶୁକ୍ରବାର ସର୍ବଶେଷ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ଜିଲାରେ ମୋଟ ୧୦୨୩୧ ଜଣ ଚାଷୀଙ୍କଠାରୁ ୮ ଲକ୍ଷ ୭୧ ହଜାର ୯୬୦.୨୮ କୁଇଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଛି। ପ୍ରାଥମିକ ଲକ୍ଷ୍ୟ ପୂରଣ ହୋଇ ସାରିଥି୍‌ଲେ ହେଁ ବର୍ତ୍ତମାନ ମଧ୍ୟ ଜିଲାରେ ୬୧୧୭ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରି ପାରି ନ ଥିବା ଜଣାପଡ଼ିଛି। ଏପରିକି ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ଚାଷୀମାନେ ନିଜ ଧାନକୁ ବିକ୍ରୀ ପାଇଁ ରାସ୍ତା ଉପରେ ଶୁଖାଉଥିବା ଦେଖିବାକୁ ମିଳିଛି।
ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହେବାକୁ ବସିଥିବା ବେଳେ ଗତ ମଙ୍ଗଳବାର ସମ୍ବଲପୁର ଜିଲା ପାଇଁ ସରକାରଙ୍କ ପକ୍ଷରୁ ଅତିରିକ୍ତ ୨ ଲକ୍ଷ ୧୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଅନୁମତି ଦେଇଛନ୍ତି। ହେଲେ ଏହି ଲକ୍ଷ୍ୟ ଉପଯୁକ୍ତ ଭାବେ ବିଭିନ୍ନ ପିଏସିଏସ୍‌କୁ ବଣ୍ଟନ ହୋଇନାହିଁ। ଫଳରେ ବିକ୍ରୟ ପାଇଁ ଧାନ ଧରି କ୍ରୟ କେନ୍ଦ୍ରକୁ ଆସିଥିବା ଚାଷୀମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଅପରପକ୍ଷରେ ଚାଉଁରପୁର ପିଏସିଏସ୍‌ରେ ମୋଟ ୭୯୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ ୫୨୧ ଜଣ ଚାଷୀଙ୍କଠାରୁ ମୋଟ୍‌ ୪୯ ହଜାର ୨୫୭.୩୮ କୁଇଣ୍ଟାଲ ଧାନ ସଂଗୃହିତ ହୋଇସାରିଛି। ସେଥିମଧ୍ୟରେ ଚାଉଁରପୁର କ୍ରୟକେନ୍ଦ୍ରରେ ପ୍ରକୃତରେ ୩୩ ହଜାର ୨୧୧୍‌.୧୯ କୁଇଣ୍ଟାଲ ଓ ସେନାପାଲିରେ ୨୬ ହଜାର ୦୨୬.୬୬ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଠାରେ ଉଭୟ କେନ୍ଦ୍ର ପାଇଁ ଯଥାକ୍ରମେ ୩୪ ହଜାର ୯୫୦ ଓ ୨୭ ହଜାର ୩୪୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏଠାରେ ପ୍ରକୃତ ସଂଗ୍ରହ ଠାରୁ ସରକାରୀ ପୋର୍ଟାଲରେ ସଂଗୃହିତ ଧାନର ପରିମାଣ କମ୍‌ ପ୍ରଦର୍ଶିତ କରୁଥିବାରୁ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ପୁନଃ ଅଧିକ ଲକ୍ଷ୍ୟ ପ୍ରଦାନ କରାଯାଉନାହିଁ। ତେଣୁ ଏଠାରେ ଚାଷୀଙ୍କ ଧାନ ସଂଗ୍ରହରେ ଅବ୍ୟବସ୍ଥା ହେଉଥିବା ଦେଖିବାକୁ ମିଳିଛି।
ଏହାକୁ ନେଇ ନିଜ ପ୍ରତିକ୍ରିୟାରେ ଅତିରିକ୍ତ ଯୋଗାଣ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ୨ ଲକ୍ଷ ୧୯ ହଜାର କୁଇଣ୍ଟାଲର ଲକ୍ଷ୍ୟକୁ ୫୮ଟି କ୍ରୟକେନ୍ଦ୍ରକୁ ଆବଶ୍ୟକତା ଭିତ୍ତିରେ ବଣ୍ଟନ କରାଯାଇଛି। ମାତ୍ର ସମ୍ବଲପୁର ଜିଲାରେ ଆବଶ୍ୟକତା ଅନୁସାରେ ଆହୁରି ଅଧିକ ଧାନ ସଂଗ୍ରହ ଲକ୍ଷ୍ୟ ପ୍ରଦାନ ପାଇଁ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଖୁବଶୀଘ୍ର ନୂତନ ଲକ୍ଷ୍ୟ ଆସିବା ପରେ ଧାନ ସଂଗ୍ରହରେ ରହିଥିବା ସବୁ ଅସୁବିଧା ଦୂର ହୋଇଯିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ସୋରେଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri