ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର ଆପ୍ଲିକେସନ(ଓରସାକ) ଦ୍ୱାରା କରାଯାଉଥିବା ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର। ଛତ୍ରପୁର ବ୍ଲକ ବଡମାଧପୁର ପଚାଂୟତ ଅଧିନ ମା’ କାଳିଜାଇ ମହିଳା ସ୍ବୟଂ ସହାୟକ ସଂଘରେ ଚାଷୀ ଜଣକ ଖାତା ନଂ ୭୭୦ ଯାହାର ପ୍ଲଟ ନଂ ୨୪୬୮ର ଧାନ ଫସଲ କରାଯାଇଥିବା ଦର୍ଶାଇ ଚାଷୀ ସୋସାଇଟରେ ପଞ୍ଜିକରଣ କରିଛନ୍ତି । କିନ୍ତୁ ସମବାୟ ବିଭାଗ ପକ୍ଷରୁ କରାଯାଇଥିବା ଯାଞ୍ଚ ସମୟରେ ମଧ୍ୟ ତାହା ଧରାପଡି ନ ଥିବାବେଳେ ସାଟେଲାଇଟ ଧରାପଡିଛି, ଯାହାକି ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯେଉଁ ସ୍ଥାନରେ ପେଟ୍ରୋଲ ପମ୍ପ ରହିଛି,ଉକ୍ତ ସ୍ଥାନର କିସମ ପରିବର୍ତ୍ତନ ହୋଇ ନ ଥିବା ସୂଚନା ମିଳିଛି । ତେବେ ଯେଉଁମାନେ ମିଥ୍ୟା ପ୍ଲଟ ଦର୍ଶାଇ ଚାଷ ଜମି ହୋଇଛି ବୋଲି ପଞ୍ଜିକରଣ କରିଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯିବା ନେଇ ୨୩ ଡିସେମ୍ବର ୨୦୨୫ରେ ସମବାୟ ବିଭାଗ ପକ୍ଷରୁ ଚିଠି ଆସିଛି । ତେବେ ଯେଉଁ ସମବାୟ ବିଭାଗ ଯାଞ୍ଚବେଳେ ତୃଟିକୁ ଧରିପାରି ନ ଥିଲେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ କି । ଏନେଇ ଉକ୍ତ ସୋସାଇଟ ସଂପାଦକକୁ ପଚାରିବାରେ ଏଠାରେ ଧାନ ଚାଷ ହୋଇ ନ ଥିବା ଲେଖିଥିଲେ। କିନ୍ତୁ କିପରି ଧାନ ଚାଷ ହୋଇଛି ତାହା ଭୁଲବଶତଃ ହୋଇଯାଇଥିବା ବୋଲି କହିଥିଲେ । ଏପରିକି ଏଠାରେ ୬୯୯ଟି ପ୍ଲଟ ଚଳିତଥର କଟାଯାଇଛି ବୋଲି କହିଥିଲେ।
କେବଳ ପେଟ୍ରୋଲ ପମ୍ପ ନୁହେଁ, ଏବେ ବି ଜିଲାରେ ଧାନ ଚାଷରେ ଆଦୌ ଚିହ୍ନବର୍ଣ୍ଣ ନ ଥିବା ପ୍ଲଟକୁ ମଧ୍ୟ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀ ପଞ୍ଜିକରଣ କରିଛନ୍ତି । କେଉଁଟି ପୋଖରୀ,ନଦୀ, ଜଙ୍ଗଲ ରହିଛି ,କେଉଁଠି ଘାସବଣ,ଅନାବାଦୀ, ଟାଙ୍ଗରା ଭୁଇଁ ରହିଛି ସେଠାରେ ମଧ୍ୟ ଚାଷ ଜମି ହୋଇଥିବା ଦର୍ଶାଇ ଚାଷୀ କରିଛନ୍ତି ପଞ୍ଜିକରଣ। ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ସାଟେଲାଇଟ ସର୍ଭେ କରାଯାଉଛି । ଏନେଇ ଜିଲାକୁ ୨ ଲକ୍ଷ ୩୩ ହଜାର ୪୩୮ ସଂନ୍ଦିଗ୍ଧ ପ୍ଲଟ ରହିଥିବା ନେଇ ରାଜ୍ୟ ସରାକରଙ୍କ ପକ୍ଷରୁ ଏକ ଚିଠି ଆସିଥିବା ଡିଆରସିଏସ ଜୋଗମୟା ସାବତ ସୂଚନା ଦେଇଛନ୍ତି । ଏହି ସନ୍ଦେହ ରହିଥିବା ପ୍ଲଟକୁ ସାଟେଲାଇଟ ସର୍ଭେ କରାଯାଉଛି। ଜିଲାରେ ଏଯାବତ ୯୫ ପ୍ରତିଶତ ସର୍ଭେ ସରିଥିବା କୁହାଯାଇଛି । ଏହି ସର୍ଭେ ବେଳେ ୧ ଲକ୍ଷ ୭୧ ହଜାର ୬୧୯ ପ୍ଲଟ ଅଣଧାନ(ନନପେଡି) ଜମି ବୋଲି ସୂଚନା ମିଳିଛି । ସର୍ଭେ ସରିବା ପରେ ବହୁ ନକଲି ଚାଷୀ ପଞ୍ଜିକରଣରୁ କାଟିବେ। ଚଳିତ ବର୍ଷ ଖରିଫ ସମୟରେ ଜିଲାରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୨୪/୨୫ ବର୍ଷରେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ପଞ୍ଜିକରଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri