ଧାନ ଫସଲରେ ପୋକ

ଚଣ୍ଡିଖୋଲ,୧୭ା୧୧(ଡି.ଏନ.ଏ.): ଏବେ ଧାନ ଅମଳ ସମୟ। ହେଲେ ଜମିରେ ପୋକ ଲାଗିଯିବାରୁ ଧାନଗଛଗୁଡ଼ିକ ତଳେ ଶୋଇ ପଡିଛି। ଧାନ ଆହାର ଢୁକି ନ ଥିଲେ ମଧ୍ୟ ସେଗୁଡ଼ିକ ପାଚିଲା ଧାନ ଭଳି ଦେଖାଯାଉଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ। ସୋମବାର କୃଷି ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି ଏହା ଚକଡ଼ା ପୋକ କହୁଥିଲା ବେଳେ ବୁଧବାର କୃଷି ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରି ତାହା ମାଟିଆ ଗୁଣ୍ଡିପୋକ ବୋଲି କହିଛନ୍ତି। ବଡ଼ଚଣା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୁନୀଲ କୁମାର ମହାପାତ୍ର, ବିଜୟ କୁମାର ରାଉତରାୟ ଓ ଲଳିତ କୁମାର ମହାନ୍ତି ଯାଜପୁର ଜିଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହା ମାଟିଆ ଗୁଣ୍ଡି ପୋକ ବୋଲି ସ୍ବୀକାର କରିବା ସହିତ ଧାନ ଫସଲ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ଧାନ ଗଛର ମୂଳରେ ଏହି ପୋକ ଲାଗିଥାଆନ୍ତି। ପୋକ ଲାଗିବା ପରେ ଧାନ ଗଛରୁ ଶଶ ଶୋଷି ଦିଅନ୍ତି। ଫଳରେ ଧାନ ଗଛଗୁଡ଼ିକ ତଳେ ପଡ଼ିଯାଏ। ଧାନଗଛର ମୂଳ ନଷ୍ଟ ହୋଇଯିବା ଯୋଗୁ ପାଚିଲା ଧାନ ହୋଇଥିଲେ ତଳେ ପଡ଼ିଯିବ ଯଦି ଧାନ ଆହାର ଢୋକୁ ଥାଏ ତେବେ ସେଗୁଡ଼ିକ ଧାନ ବଦଳରେ ଅଗାଡ଼ି ହୋଇଯିବ। ଏଥିସହିତ ଯେଉଁଧାନ ଗଛ ଫୁଲ ଉଡ଼ାଉଥିବା ସେଗୁଡ଼ିକ ମଧ୍ୟ ନଷ୍ଟ ହୋଇଯିବ। କେବଳ ପାଚି ଯାଇଥିବା ଧାନକୁ ଛାଡ଼ିଲା ପରେ ଆହାର ଢୋକୁଥିବା କିମ୍ବା ଫୁଲ ଉଡ଼ାଉଥିବା ଧାନ ଗଛ ପାଇଁ ଚାଷୀମାନେ ତୁରନ୍ତ ଔଷଧ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଫ୍ଲେନିଂକାମିଡ଼, ଡ଼ାଇନୋଟିକ୍‌ ଫୁରନ୍‌୍‌, ଇମିତାକ୍ଲୋପ୍ରିଡ, ଟ୍ରାଇଫ୍ଲମେଜୋପାଇରିନ୍‌ ଇତ୍ୟାଦି ଔଷଧ ପାଣିରେ ମିଶାଇ ପକାଇବାକୁ ପଡ଼ିବ। ତେବେ ଚାଷୀମାନେ ଧାନ କ୍ଷେତରେ ଔଷଧ ପକାଇବା ପୂର୍ବରୁ ବୈଜ୍ଞାନିକମାନଙ୍କ ପରାମର୍ଶ ନେବାକୁ ସେ ପ୍ରକାଶ କରିଛନ୍ତି। ଉପରୋକ୍ତ କୀଟନାଶକ ମିଶ୍ରଣ କରି ପ୍ରତି ୧୦ଦିନ ଅନ୍ତରରେ ସିଞ୍ଚନ କଲେ ମାଟିଆଗୁଣ୍ଡି ପୋକ କ୍ଷେତରୁ ଦୂରେଇ ଯିବେ। ନଚେତ୍‌ ସେମାନେ ହୁହୁ ହୋଇ ମାଡ଼ି ଯାଇ ଧାନଗଛର ମୂଳ ଖାଇଯିବେ।
ବୁଧବାର କୃଷି ବୈଜ୍ଞାନିକମାନେ କୋରେଇ ବ୍ଲକର ୨୫ ଗ୍ରାମରେ ୩୮୨ ହେକ୍ଟର ଜମିରେ ଏହି ପୋକମାନେ ପ୍ରାଦୁର୍ଭାବ କରିଥିବା ପ୍ରକାଶ କରିଛନ୍ତି। ସେହିପରି ବଡ଼ଚଣା ବ୍ଲକର ବରଦା ଓ ବାଲିପଡ଼ିଆ ପଞ୍ଚାୟତରେ ଏହି ପୋକ ଲାଗିଥିବା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଅନ୍ୟାନ୍ୟ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଜିଲା କୃଷି ଉପଅଧିକାରୀ ବୈରାଗୀ ଚରଣ ସେଠୀ ପ୍ରକାଶ କରିଛନ୍ତି। କୃଷି ବୈଜ୍ଞାନିକମାନେ ଗୋବିନ୍ଦ ପୁର, କାନତୋରୀ, ମୂଳାପାଲ, ପଶ୍ଚିମକୋଟ୍‌ ଆଦି ଗ୍ରାମର ଚାଷୀମାନଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏନେଇ ଚାଷୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ସହିତ ତୁରନ୍ତ ଯାଜପୁର ଜିଲାର ପୋକ ଲାଗିଥିବ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri