ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ଦାୟିତ୍ୱ ପାଇଁ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତା’ ପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଲାଷ ପଣ୍ଡା, ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଏପ୍ପି ଡା. ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ସଭାପତି ସରୋଜ ସାବତ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ତୁତୁନ ପାତ୍ର ଓ ଯୁବମୋର୍ଚ୍ଚା ଗଞ୍ଜାମ ଜିଲା ସଭାପତି ସୋମନାଥ ପାତ୍ରଙ୍କ ସହ ଦଳର ସମସ୍ତ ନେତା ଜିଲାରେ ଯୁବମୋର୍ଚ୍ଚାର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବମାନଙ୍କୁ ଦଳ ସହିତ ଯୋଡ଼ିବା ପାଇଁ କାମ କରିବେ ବୋଲି ପି. ରାମବାବୁ ପ୍ରକାଶ କରିଛନ୍ତି।