Categories: ଜାତୀୟ

ଦିନେ ଭାଜପା ଦେଶର ସମସ୍ତ ବିଧାୟକଙ୍କୁ କିଣିନେବ: ପି ଚିଦାମ୍ବରମ

ନୂଆଦିଲ୍ଲୀ,୧୫ ।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ଗୋଆରେ କଂଗ୍ରେସର ୮ ବିଧାୟକ ଭାଜପାରେ ସାମିଲ ହେବା ପରେ ଶାସକ ଦଳକୁ ଟାର୍ଗେଟ କରି ଚିଦାମ୍ବରମ କହିଛନ୍ତି ୨୦୧୪ ପରେ ଭାରତୀୟ ବଜାରରେ ଗୋଟିଏ ‘ହୋଲସେଲ କ୍ରେତା’ ଆସିଯାଇଛନ୍ତି । ଏମିତି ଏକ ଦିନ ଆସିବ ଯେତେବେଳେ ଏହି ହୋଲସେଲ କ୍ରେତା ଦେଶର ସମସ୍ତ ବିଧାୟକଙ୍କୁ କିଣି ନେବେ ଓ ଦେଶର ମତଦାତାଙ୍କର ପରିହାସ କରିବେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ଗୋଆରେ କଂଗ୍ରେସର ବାକିଥିବା ୩ ବିଧାୟକଙ୍କୁ ନେଇ ବି କଥା ଉଠାଇଥିଲେ ଯେଉଁମାନେ ତାଙ୍କ ୮ ସହଯୋଗୀଙ୍କ ସହ ଭାଜପାରେ ସାମିଲ ହୋଇ ନାହାନ୍ତି । ଚିଦାମ୍ବରମ କହିଛନ୍ତି ଏହି ୩ ବିଧାୟକ ଭଗବାନ, ପାର୍ଟି, ମତଦାତା ଓ ସିଦ୍ଧାନ୍ତ ପ୍ରତି ‘ଦୃଢ ନିଷ୍ଠା’ର ପରିଚୟ ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ଉପକୂଳ ରାଜ୍ୟର ୧୧ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବୁଧବାର ଭାଜପାରେ ସାମିଲ ହୋଇଛନ୍ତି । ଫଳରେ ବିରୋଧୀ ଦଳକୁ ଶକ୍ତ ଧକ୍କା ଲାଗିଛି । ୪ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସର ଏବେ ମାତ୍ର ୩ ବିଧାୟକ ରହିଲେ ।

Share