Categories: ଜାତୀୟ

ଏବେ ଆକ୍ରାନ୍ତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୧୦।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ସଙ୍କଟ ପରିସ୍ଥିତିକୁ ଅଧିକ ଗୁରୁତର କରୁଛି। ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା କରୋନା ଆକ୍ରାନ୍ତଙ୍କ ସୁବିଧା ପାଇଁ ଆମାଜନ ଏବଂ ଜୋମାଟୋ ପକ୍ଷରୁ ଏବେ ଅକ୍ସିଜେନ୍‌ ଯୋଗାଇ ଦିଆଯିବ। ଗୁରୁଗ୍ରାମ୍‌ରେ ଏଭଳି ସୁବିଧା ଯୋଗାଇ ଦିଆଯିବ। ଏନେଇ ସ୍ଥାନୀୟ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ନିର୍ଦ୍ଦେଶ ଜାରି ହେବା ସହିତ ଏକ ପରିଚାଳନା ଟିମ୍‌ ଗଠନ କରାଯାଇଛି। ଆଇଏଏସ୍‌ ଅଫିସର ନାରାୟଣ କୌଶିକ୍‌ଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଛି। ଟିମ୍‌ରେ ଏନ୍‌ସିଜିର ଅତିରିକ୍ତ କମିଶନର ଏଚ୍‌.ସି.ଏସ୍‌. ସୁରେନ୍ଦର ସିଂ ଏବଂ ଗୁରୁଗ୍ରାମ୍‌ ରେଡକ୍ରସ୍‌ ସେକ୍ରେଟାରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

Share