ହୋମ୍‌ ଆଇସୋଲେଶନ୍‌ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ସଙ୍କଟରେ ସୁଧାର ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି ଯେ, ହୋମ୍‌ ଆଇସୋଲେଶନ୍‌ରେ ଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍‌ ଯୋଗାଇ ଦିଆଯିବ। ଏଥିପାଇଁ ଦିଲ୍ଲୀ ସରକାରଙ୍ପକ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ଏଥିରେ ଆକ୍ରାନ୍ତଙ୍କ ଫଟୋ, ଆଧାରକାର୍ଡ ଏବଂ କରୋନା ପଜିଟିଭ୍‌ ରିପୋର୍ଟ ଆଦିର କପି ଅନ୍‌ଲାଇନ୍‌ରେ ଅପଲୋଡ୍‌ କରିବାକୁ ହେବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ସିଟି ସ୍କାନ୍‌ ରିପୋର୍ଟ ମଧ୍ୟ ଆବେଦନ ପତ୍ର ସହିତ ସଂଯୁକ୍ତ କରାଗଲେ ଭଲ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share