Categories: ଜାତୀୟ

‘ ଆଇଆଇଟି କିମ୍ବା ଆଇଆଇଏମ୍‌କୁ ଦିଅ ଅକ୍ସିଜେନ ଯୋଗାଣ ଦାୟିତ୍ୱ ‘

ନୂଆଦିଲ୍ଲୀ,୪।୫ : ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ ଯୋଗାଣ ବାବଦରେ କେନ୍ଦ୍ର ସରକାରଙ୍କୁ ଆଇଆଇଏମ୍‌ ଓ ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି। ଯଦି କେନ୍ଦ୍ର ସରକାର ଏହି ଦାୟିତ୍ୱ ଆଇଆଇଏମ୍‌ କିମ୍ବା ଆଇଆଇଟିକୁ ଦିଅନ୍ତି, ସେମାନେ ଭଲ ଭାବେ ତୁଲାଇ ପାରିବେ ବୋଲି ମଙ୍ଗଳବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟଙ୍କ ଅନୁଯାୟୀ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୭୦୦ ମେଟ୍ରିକ ଟନ୍‌ ଜୀବନ ରକ୍ଷାକାରୀ ଗ୍ୟାସ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏହା କାର୍ଯ୍ୟକାରୀ ନ ହୁଏ, ତେବେ ଏହା କୋର୍ଟଙ୍କ ଆଦେଶର ଅବମାନନା ହେବ। ଏହା ତୁମ କାମ। ଟ୍ୟାଙ୍କର୍ସ ଉପଲବ୍ଧ ଅଛି। କିନ୍ତୁ ତୁମର କାମ କରିବାର ଇଚ୍ଛା ନାହିଁ ବୋଲି ଦିିଲ୍ଲୀ କୋର୍ଟ କହିଛନ୍ତି।

Share