ବାୟୁରେ ଅମ୍ଳଜାନ

”ଆଜକୁ ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ ଉଦ୍ଭିଦଜଗତ ଆରମ୍ଭ ହେଲା ଏବଂ କ୍ରମେ ଏହା ଅମ୍ଳଜାନ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ତେବେ ପ୍ରଥମେ ବାୟୁମଣ୍ଡଳକୁ ଅମ୍ଳଜାନ ସମୃଦ୍ଧ କରିଥିଲା ଏବଂ ତହିଁରେ ତାହାକୁ ସ୍ଥିର ରଖିଥିବା ଏହି କ୍ରିୟା ପ୍ରକ୍ରିୟା କିପରି ଘଟିଲା, ତାହା ଏବେ ସୁଦ୍ଧା ରହସ୍ୟମୟ ହୋଇ ରହିଛି। ତଥାପି ନିକଟରେ ‘ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)’ର କିଛି ବୈଜ୍ଞାନିକଙ୍କ ଦ୍ୱାରା ପ୍ରଦତ୍ତ ଏକ ମତବାଦ ଏହାର ସମାଧାନ ଲାଗି ନୂତନ ସମ୍ଭାବନାଟିଏ ସୃଷ୍ଟି କରିଛି।“

ଧରାପୃଷ୍ଠରେ ଏକ ସମୁନ୍ନତ ଜୀବଜଗତର ସୃଷ୍ଟି ଓ ବିକାଶ କ୍ଷେତ୍ରରେ ଏହାର ବାୟୁମଣ୍ଡଳର ସୁରଙ୍ଗତ ସଂରଚନା ଏକ ବରିଷ୍ଠ ଭୂମିକା ନେଇ ଆସିଛି। ତହିଁରେ ସାମାନ୍ୟତମ ବ୍ୟତିକ୍ରମ ହେଲେ ମଣିଷ ସମେତ ସମସ୍ତ ବାୟୁସେବନକାରୀ ପ୍ରାଣୀଙ୍କର ଜୀବନଧାରଣ ସମ୍ଭବ ନୁହେଁ। ଏକ ବିଶୁଦ୍ଧ ଶୁଷ୍କ ବାୟୁ ନମୁନାରେ ଥାଏ ୭୮.୦୮% ପ୍ରତିଶତ ଯବକ୍ଷାରଜାନ, ୨୦.୯୫ ପ୍ରତିଶତ ଅମ୍ଳଜାନ, ୦.୯୩ ଶତକଡ଼ା ଆର୍ଗନ, ୦.୦୪ ପ୍ରତିଶତ ଅଙ୍ଗାରକାମ୍ଳ ଏବଂ ସାମାନ୍ୟ ପରିମାଣର ଅନ୍ୟାନ୍ୟ ବାଷ୍ପ। ବାୟୁରେ ଜଳୀୟକଣା ମଧ୍ୟ ଥାଏ। ଏହା (ଜଳୀୟକଣା) ସମୁଦ୍ରପତ୍ତନରେ ପ୍ରାୟ ୧ ପ୍ରତିଶତ ଏବଂ ବାୟୁମଣ୍ଡଳରେ ପ୍ରାୟ ୦.୪ ପ୍ରତିଶତ। ତେବେ ତନ୍ମଧ୍ୟରୁ ଆମ ଜୀବନ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଅମ୍ଳଜାନ।
ପୃଥିବୀ ସୃଷ୍ଟିର ଆଦ୍ୟକାଳରେ ଏହାର ବାୟୁମଣ୍ଡଳ ସୌର-ନେବୁଲାରେ ଥିବା ଉଦ୍‌ଜାନ ବାଷ୍ପରେ ହିଁ ମୁଖ୍ୟତଃ ଗଠିତ ହୋଇଥିଲା। ସମ୍ଭବତଃ ପରେ ବୃହସ୍ପତି ଏବଂ ଶନି ଭଳି ବୃହତ ବାଷ୍ପୀୟ ଗ୍ରହମାନଙ୍କ ଭଳି ଏଠାରେ ସରଳ ହାଇଡ୍ରାଇଡ, ଜଳୀୟବାଷ୍ପ, ମିଥେନ୍‌ ଏବଂ ଆମୋନିଆ ମଧ୍ୟ କିଛି ମାତ୍ରାରେ ସୃଷ୍ଟି ହେଲା। ପରବର୍ତ୍ତୀ ଅବସ୍ଥାରେ ଆଗ୍ନେୟଗିରି ଉଦ୍‌ଗିରଣ, ଉଲ୍‌କା ପତନ ଆଦି ଯୋଗୁ ପ୍ରଚୁର ଯବକ୍ଷାରଜାନ, ଅଙ୍ଗାରକାମ୍ଳ ଏବଂ ନିଷ୍କ୍ରିୟ ବାଷ୍ପମାନଙ୍କର ଉଦ୍ଭବ ଘଟିଲା। ଅତଏବ ପ୍ରାୟ ୩.୪ ହଜାର ନିୟୁତ (ବିଲିୟନ) ବର୍ଷ ପୂର୍ବେ ବାୟୁମଣ୍ଡଳର ମୁଖ୍ୟାଂଶ ଥିଲା ଯବକ୍ଷାରଜାନ। କେବଳ ଆଜକୁ ପ୍ରାୟ ୨.୪ ହଜାର ନିୟୁତ ବର୍ଷ ପୂର୍ବେ ଆଲୋକ ସଂଶ୍ଳେଷଣକ୍ଷମ ‘ସାଇନୋ ବ୍ୟାକ୍ଟେରିଆ’ଙ୍କ ଆବିର୍ଭାବ ଫଳରେ ଅମ୍ଳଜାନ ସୃଷ୍ଟି ଆରମ୍ଭ ହେଲା। ଏହାକୁ ‘ବୃହତ୍‌ ଅମ୍ଳଜାନକରଣ ଘଟଣା’ (ଗ୍ରେଟ୍‌ ଅକ୍ସିଜେନ ଇଭେଣ୍ଟ ବା ସଂକ୍ଷେପରେ ଜିଓଇ) ବୋଲି କୁହାଯାଏ। ତେବେ ବିଗତ ପ୍ରାୟ ୬୦୦ ନିୟୁତ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ଅମ୍ଳଜାନର ସ୍ତର ଅସ୍ଥିର ରହୁଥିଲା। ସମୟ ସମୟରେ ତାହା ୧୫/୨୦ ପ୍ରତିଶତରୁ କମ୍‌ ହୋଇଯାଉଥିଲା ଆଉ କେତେବେଳେ ୩୦ ପ୍ରତିଶତକୁ ଅତିକ୍ରମ କରିଯାଉଥିଲା। ଏହା ଜୀବଜଗତ ପାଇଁ ବିଶେଷ ସହାୟକ ନ ଥିଲା। ସାଇନା ବ୍ୟାକ୍ଟେରିଆଙ୍କ ବଂଶର ଏବଂ ଭୂପୃଷ୍ଠରେ ପତିତ ସୌର ରଶ୍ମିର ହ୍ରାସ ବୃଦ୍ଧି ଏହାର କାରଣ ହୋଇପାରେ ବୋଲି ମନେକରାଯାଏ। କ୍ରମେ ବିବିଧ ଭୂତାତ୍ତ୍ୱିକ ପରିବର୍ତ୍ତନ ଏବଂ ଜୈବିକ କ୍ରିୟା ପ୍ରକ୍ରିୟା ହେତୁ ତାହା ପ୍ରାୟ ୨୧ ପ୍ରତିଶତ ସ୍ଥିର ରହିଲା। ତା’ପରେ ଆଜକୁ ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ ଉଦ୍ଭିଦ ଜଗତର ଆରମ୍ଭ ହେଲା ଏବଂ କ୍ରମେ ଏହା ଅମ୍ଳଜାନ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। ତେବେ ପ୍ରଥମେ ବାୟୁମଣ୍ଡଳକୁ ଅମ୍ଳଜାନ ସମୃଦ୍ଧ କରିଥିଲା ଏବଂ ତହିଁରେ ତାହାକୁ ସ୍ଥିର ରଖିଥିବା ଏହି କ୍ରିୟା ପ୍ରକ୍ରିୟା କିପରି ଘଟିଲା ତାହା ଏବେ ସୁଦ୍ଧା ରହସ୍ୟମୟ ହୋଇ ରହିଛି। ତଥାପି ନିକଟରେ ‘ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର କିଛି ବୈଜ୍ଞାନିକଙ୍କ ଦ୍ୱାରା ପ୍ରଦତ୍ତ ଏକ ମତବାଦ ଏହାର ସମାଧାନ ଲାଗି ନୂତନ ସମ୍ଭାବନାଟିଏ ସୃଷ୍ଟି କରିଛି।
ଏହି ଅନୁସାରେ ସମ୍ଭବତଃ ଏହି ସମୟରେ କିଛି ନୂତନ ସାମୁଦ୍ରିକ ସୂକ୍ଷ୍ମଜୀବଙ୍କର ଆବିର୍ଭାବ ଘଟିଥିଲା, ଯାହାକି ସମୁଦ୍ର ତରଳ ମୃତ୍ତିକାରେ ଥିବା କେତେକ ଧାତବ ଲବଣ ସହିତ ଆନ୍ତଃକ୍ରିୟା କରିବା ହେତୁ ଅଧିକ ଅମ୍ଳଜାନ ଉତ୍ପନ୍ନ ହେଲା। ସେ ସମୟରେ ଭୂତାତ୍ତ୍ୱିକ ଅବସ୍ଥା ଅନୁକୂଳ ଥିବାରୁ ଏହାର ଉତ୍ପନ୍ନ ଏବଂ ଶୋଷଣ ମଧ୍ୟରେ ଏକ ଭାରସାମ୍ୟ ରହୁଥିଲା। ସେଥିପାଇଁ ତାହା ଗୋଟିଏ ନିର୍ଦ୍ଦିଷ୍ଟ ମାତ୍ରାରେ ବାୟୁମଣ୍ଡଳରେ ଗଚ୍ଛିତ ହେବାକୁ ଲାଗିଲା, ଫଳରେ ତହିଁରେ ତାହାର ପରିମାଣ ସ୍ଥିର ରହିଲା।
ସେମାନେ ତାଙ୍କର ଏହି ମତବାଦକୁ ପ୍ରତିଷ୍ଠିତ କରିଛନ୍ତି ବିବର୍ତ୍ତନୀୟ ବିଶ୍ଳେଷଣ ମାଧ୍ୟମରେ। ଏଥିରୁ ଜଣାପଡ଼ିଛି ଯେ ପ୍ରକୃତ ବୃହତ୍‌ ଅମ୍ଳଜାନ-କରଣ ଘଟଣା ପୂର୍ବରୁ ଥିବା କେତେକ ସୂକ୍ଷ୍ମଜୀବମାନଙ୍କର ସମୁଦ୍ରତଳର ମୃତ୍ତିକା ସହ ଆନ୍ତଃକ୍ରିୟା କରିବାର ଦକ୍ଷତା ଥିଲା। ତେବେ କାଳକ୍ରମେ ସେମାନଙ୍କଠାରେ ଏହି ଦକ୍ଷତା ବୃଦ୍ଧି ହେବାରୁ ଏହା ସମ୍ଭବ ହେଲା। ଏହାରି ଉପରେ ସେମାନେ ନିବନ୍ଧଟିଏ ପ୍ରକାଶ କରିଛନ୍ତି ‘ନେଚର କମ୍ୟୁନିକେଶନ’ ପତ୍ରିକାର ମାର୍ଚ୍ଚ ୨୦୨୨ ସଂଖ୍ୟାରେ। ଆମ ଗ୍ରହର ଇତିହାସରେ ଘଟିଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାଟି ପାଇଁ ସୂକ୍ଷ୍ମଜୀବ, ଧାତବ ଲବଣ ଏବଂ ଭୂରାସାୟନିକ ପରିବେଶ କିପରି ଏକତ୍ର କାର୍ଯ୍ୟ କରିଥିବେ ତାହା ଏଥିରେ ସୂଚୀତ କରାଯାଇଛି।
ତଦନୁଯାୟୀ ଏହି ସୂକ୍ଷ୍ମ ଜୀବଗୁଡ଼ିକ ହେଲେ ‘ଡେଟ୍ରିଟସ୍‌’ ଜାତୀୟ। ବୃହତ୍‌ ଅମ୍ଳଜାନକରଣ ଘଟଣା ପୂର୍ବରୁ ସେଗୁଡ଼ିକ ଥିଲେ। କିନ୍ତୁ ତାଙ୍କଠାରେ କେତେକ ଜିନୀୟ ପରିବର୍ତ୍ତନ ଆସିବା ଫଳରେ ସୃଷ୍ଟି ହେଲେ କିଛି ନୂତନ ପ୍ରଜାତି, ଯେଉଁଗୁଡ଼ିକ ଏକ ବିଶେଷ ଧରଣର ଏଞ୍ଜାଇମ୍‌ ଉତ୍ପନ୍ନ କରିପାରିଲେ। ଏହା ଏଞ୍ଜାଇମ୍‌ ପ୍ରକ୍ରିୟାକୁ ତ୍ୱରାନ୍ବିତ କଲା। ଫଳରେ ଯଥେଷ୍ଟ ଅମ୍ଳଜାନ ଉତ୍ପନ୍ନ ହେଲା ଏବଂ ବାୟୁମଣ୍ଡଳ ସେଥିରେ ସମୃଦ୍ଧ ହେଲା। ଏବେ ଏହି ସୂକ୍ଷ୍ମ ଜୀବଙ୍କର ବଂଶହାନି ଘଟିଚାଲିଛି ବିବିଧ ପରିବେଶୀୟ ପରିସ୍ଥିତି ହେତୁ। ସମୁଦ୍ର ତଳର ମୃତ୍ତିକାରେ ମଧ୍ୟ ଧାତବ ଲବଣର କ୍ଷୟ ଘଟିଛି। ତେବେ ବର୍ତ୍ତମାନ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ସବୁଜ ଉଦ୍ଭିଦମାନେ। ଆଲୋକ ସଂଶ୍ଳେଷଣ ମାଧ୍ୟମରେ ସେଗୁଡ଼ିକ ବାୟୁମଣ୍ଡଳକୁ ଏହାର ଜୀବନ ରକ୍ଷାକାରୀ ବାଷ୍ପ ଯୋଗାଇ ଚାଲିଛନ୍ତି।
ଅନେକ ବୈଜ୍ଞାନିକ ଏହି ମତବାଦକୁ ଗ୍ରହଣ କରନ୍ତି ନାହିଁ। ସେମାନଙ୍କ ମତରେ ଏହାକୁ ନିଶ୍ଚିତ କରିବାକୁ ହେଲେ ଆବଶ୍ୟକ ଆହୁରି ଅନେକ ପରୀକ୍ଷା-ନିରୀକ୍ଷା ଓ ଅଧ୍ୟୟନ। ତଥାପି ଏହାକୁ ପୃଥିବୀର ବାୟୁମଣ୍ଡଳ କିପରି ପ୍ରଥମେ ଯଥେଷ୍ଟ ଅମ୍ଳଜାନ ପ୍ରାପ୍ତ ହେଲା ସେ ସମ୍ପର୍କରେ ଏକ ନୂତନ ସମ୍ଭାବନା ରୂପେ ଗ୍ରହଣ କରାଯାଇ ପାରିବ।
-ଉଷା ନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri