ଗୋଟିଏ ସିଲିଣ୍ଡରରୁ ୩ଶିଶୁଙ୍କୁ ଅକ୍ସିଜେନ

ବ୍ରହ୍ମପୁର ଅଫିସ,୧୬ା୧୦: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହୃଦ୍‌ରୋଗ (କାର୍ଡିଓଲୋଜି) ବିଭାଗର ସ୍ପେଶାଲ ନିୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ୱାର୍ଡରେ ଶନିବାର ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ବିପଦପୂର୍ଣ୍ଣ ଭାବେ ଅକ୍ସିଜେନ ଯୋଗାଣ ହେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଡିଓଲୋଜି ବିଭାଗ ଏସ୍‌ଏନ୍‌ସିୟୁରେ ହୃଦ୍‌ଜନିତ ସମସ୍ୟା ଥିବା ୪ ଶିଶୁଙ୍କୁ କିଛି ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଶନିବାର ଇକୋ ଟେଷ୍ଟ ଲାଗି ନିଆଯାଉଥିବାବେଳେ ଗୋଟିଏ ସିଲିଣ୍ଡରରୁ ଶିଶୁଙ୍କୁ ଅକ୍ସିଜେନ୍‌ ସଂଯୋଗ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବାବେଳେ ଶିଶୁଙ୍କୁ ସେମାନଙ୍କ ମା’ମାନେ କୋଳରେ ଧରି ପଛେ ପଛେ ଯାଉଥିଲେ। ଗୋଟିଏ ସିଲିଣ୍ଡରରୁ ଜଣେ କିମ୍ବା ୨ ଶିଶୁଙ୍କୁ ଅକ୍ସିଜେନ ଦିଆଯିବା କଥା। କିନ୍ତୁ ଥରକେ ୩ ଜଣଙ୍କୁ ଅକ୍ସିଜେନ ଦିଆଯିବା ଶିଶୁଙ୍କ ଜୀବନ ପ୍ରତି ଖେଳ ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ ମିଶ୍ର କହିଛନ୍ତି, ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ଅକ୍ସିଜେନ ଦିଆଗଲେ କିଛି ଅସୁବିଧା ନାହିଁ। ଶିଶୁଙ୍କର ଇକୋ ପରୀକ୍ଷା ପାଇଁ ନିଆଯାଉଥିଲା। ତେବେ ସତର୍କତା ଦୃଷ୍ଟିରୁ ସେମାନଙ୍କୁ ପାଇପ୍‌ ଯୋଗେ ଅକ୍ସିଜେନ ଦିଆଯାଉଥିଲା ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଦୁର୍ବଳ ଭିତ୍ତିଭୂମିକୁ ନେଇ ଏମ୍‌କେସିଜି ମେଡିକାଲ କଲେଜ ରାଜ୍ୟରେ ଚର୍ଚ୍ଚାର ଶିରୋନାମ ପାଲଟିଛି। ମେଡିକାଲର ସୁପରସ୍ପେଶାଲିଟି ବିଭାଗରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍‌ଏସ୍‌ଏସ୍‌ୱାଇ)ରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ କୋଠାର ପଞ୍ଚମ ମହଲାରେ ଥିବା ଓଟି କମ୍ପ୍ଲେକ୍ସରେ ଅଗଷ୍ଟ ୨୬ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନ ଥିଲେ। ପରେ ଉକ୍ତ କୋଠାର ବିଭିନ୍ନ ବିଭାଗରୁ ସିଲିଂ ଖସୁଛି। ସେପ୍ଟେମ୍ବର ୮ରେ ଚତୁର୍ଥ ମହଲାରେ ଥିବା ଅନ୍ୟ ଏକ ଓଟି କମ୍ପ୍ଲେକ୍ସରୁ ସିଲିଂ ଖସିଥିଲା। ସେହିପରି ସେପ୍ଟେମ୍ବର ୯ ଏବଂ ଅକ୍ଟୋବର ୧୪ରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ସିଲିଂ ଖସିିଥିଲା। ବାରମ୍ବାର ଏଭଳି ଅଘଟଣକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri