Categories: ଜାତୀୟ

ଗାଡିରେ ଜାତି ସୂଚକ ଶବ୍ଦ ଲେଖି ୫୦୦ ଟଙ୍କାର ତଣ୍ଡ ଗଣିଲେ ମାଲିକ

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗାଡ଼ିରେ ଜାତି ସୂଚକ ଶବ୍ଦ ଲେଖିବା ନେଇ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଗାଡ଼ି ମାଲିକ ନିଜ ଗାଡ଼ି ଉପରେ ସାକ୍‌ସେନା ଜୀ ଲେଖି ପୋଲିସକୁ ୫୦୦ ଟଙ୍କାର ତଣ୍ଡ ଗଣିଛନ୍ତି। ଏନେଇ ସେ ପୋଲିସଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲେ। ତେବେ ପୋଲିସ ଚାଲାଣ କାଟି ମାଲିକଙ୍କ ହାତରେ ଧରାଇ ଦେଇଥିଲେ। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗାଡ଼ି ମାଲିକ ନାକା ଥାନା ଦେଇ କାନପୁର ଯାଉଥିଲେ। ପୋଲିସ ଏସ୍‌ଆଇ ଦୀପକ କୁମାର ଚେକିଂ ସମୟରେ ଗାଡ଼ିକୁ ଅଟକାଇ ଥିଲେ। ନିଜ ଗାଡ଼ିରେ ସେ ଏଭଳି ଲେଖିଲେ ଦୋଷାବହ ନୁହେଁ ବୋଲି ମାଲିକ କହିଥିଲେ। ରାଜ୍ୟ ସରକାରଙ୍କ ନୂଆ ଆଇନ ସମ୍ପର୍କରେ ଏସ୍‌ଆଇ ବାବୁ ତାଙ୍କୁ ଅବଗତ କରାଇଥିଲେ। ପରେ ଚାଲାଣ କଟା ହୋଇଥିଲା।

Share