ଅଧିକାରୀ ଓ ହିତାଧିକାରୀ

ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଲୋକଙ୍କ ହିତ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଥାନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ କେତେକ ପ୍ରାୟ ସବୁ ଲୋକଙ୍କର କାମରେ ଆସୁଥିବା ବେଳେ କେତେକ ଯୋଜନା ଛାତ୍ରୀଛାତ୍ର, କୃଷକ, ଶ୍ରମିକ, ବୃଦ୍ଧାବୃଦ୍ଧ, ଆର୍ଥିକ ଅନଗ୍ରସର, ମହିଳା, ଶିଶୁ ଓ ଭିନ୍ନକ୍ଷମ ଆଦିଙ୍କ ଉପକାରରେ ଆସିଥାଏ। ସରକାର ଏମାନଙ୍କ ଆର୍ଥିକ ଅବସ୍ଥାର ପରିବର୍ତ୍ତନ କରିବା ଲାଗି କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରାଇଥାନ୍ତି। ଏହିସବୁ ଯୋଜନା ଲୋକଙ୍କର ହିତରେ ଆସୁଥିବାରୁ ଏମାନେ ହେଲେ ହିତାଧିକାରୀ ବା ଲାଭାର୍ଥୀ। ସେହିପରି ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ୱ ଯେଉଁମାନଙ୍କ ହାତରେ ରହିଥାଏ ସେମାନେ ହେଉଛନ୍ତି ଅଧିକାରୀ। ଏମାନେ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦେବା ସହିତ ଆବଶ୍ୟକ ସ୍ଥଳେ ସଚେତନତା ସୃଷ୍ଟି କରାଇବେ, ଆବେଦନ କରିବାର ବାଟ ବତାଇ ଦେବେ, ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରିବେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ଯେଭଳି ଯୋଜନାର ସୁଫଳ ପ୍ରାପ୍ତ ହେବେ ସେଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଅଧିକାରୀମାନେ ଏହିସବୁ କାର୍ଯ୍ୟ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହିତ ଏବଂ ସରକାରୀ ନୀତିନିୟମ ଆଧାରରେ ସମ୍ପାଦନ କରିବେ। ଏଥିରେ କୌଣସି ପାତରଅନ୍ତର ଅବା ପ୍ରିୟାପ୍ରୀତି ତୋଷଣ ନୀତି ଅନୁସରଣ କରିପାରିବେ ନାହିଁ କିମ୍ବା ହିତାଧିକାରୀଙ୍କଠାରୁ ଏଥିନେଇ କୌଣସି ଉତ୍କୋଚ ଦାବି କରିପାରିବେ ନାହିଁ। ଯାହାଦ୍ୱାରା ଯୋଗ୍ୟ ହିତାଧିକାରୀଟିଏ ଯେକୌଣିସ ସରକାରୀ ଯୋଜନାରେ ସାମିଲ ହେବାର ସୁଯୋଗ ଲାଭ କରିପାରିବ ଏବଂ ଏଥିରୁ ଉପକୃତ ହୋଇପାରିବ। ଏଭଳି ହୋଇପାରିଲେ ସରକାରୀ ଯୋଜନାରୁ କେହିଜଣେ ବି ହିତାଧିକାରୀ ବଞ୍ଚତ୍ତ ହେବେ ନାହିଁ ଆଉ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନବାଚୀ ଦେଖାଦେବ ନାହିଁ। ସମାଜର ସବୁ ବର୍ଗର ଲୋକେ ଉପକୃତ ହେଲେ ଶାସକ ଓ ଶାସନକୁ ନେଇ କେହି ଆପତ୍ତି ଉଠାଇବେ ନାହିଁ। ତେବେ ବଡ଼କଥା ହେଉଛି ସରକାରୀ ଯୋଜନାଗୁଡିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇବା ନେଇ ଉଭୟ ଅଧିକାରୀ ଓ ହିତାଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ସାଧୁତା ଓ ନିରପେକ୍ଷ ବିଚାରଧାରା ଯେକୌଣସି ଯୋଜନାର ସଫଳ ରୂପାୟନର ମାର୍ଗ ପ୍ରସ୍ତୁତ କରିଥାଏ। କାରଣ, କୌଣସି ଯୋଜନାରେ ସାମିଲ ହେବା ଲକ୍ଷ୍ୟରେ ହିତାଧିକାରୀଟି ନିଜକୁ ଯୋଗ୍ୟ ବୋଲି ସାବ୍ୟସ୍ତ କରିବା ଯେତିକି ସାମାଜିକ ମୂଲ୍ୟବୋଧ ବହନ କରିଥାଏ, ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ଅଧିକାରୀଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ସାଧାରଣରେ ସେତିକି ଗୁରୁତ୍ୱ ବହନ କରିଥାଏ। ଏ କ୍ଷେତ୍ରରେ ଉଭୟ ସ୍ବଚ୍ଛତାର ପଥ ଅନୁସରଣ କରିପାରିଲେ ଜଣେ ହେଲେ କେହି ଅଯୋଗ୍ୟ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାର ସୁଯୋଗ ପାଇ ପାରନ୍ତା ନାହିଁ କି କେହି ଜଣେ ହେଲେ ବି ଏଥିରୁ ବଞ୍ଚତ୍ତ ହେବାର ଆଶଙ୍କା ସୃଷ୍ଟି ହୁଅନ୍ତା ନାହିଁ।
ଦେଶ ସ୍ବାଧୀନତାଠାରୁ ଏକାଧିକ ସରକାର ଦେଶ/ରାଜ୍ୟକୁ ଶାସନ କଲେଣି। ସେମାନଙ୍କ ଶାସନ କାଳରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷକରି ସମାଜରେ ଗରିବ ଓ ଅବହେଳିତ ବର୍ଗଙ୍କ ଲାଗି ପ୍ରଣୀତ ଯୋଜନାରୁ ହିତାଧିକାରୀମାନେ ଆଂଶିକ ଭାବେ ଉପକୃତ ହୋଇଥିବା ବେଳେ ଅଧିକାଂଶ ଯୋଜନାରୁ ସେମାନଙ୍କୁ କୌଣସି ସୁଫଳ ମିଳିପାରିନି। ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଯୋଜନା ପ୍ରଣୟନ କରିଥାଆନ୍ତି ତାହା ଫଳପ୍ରସୂ ନ ହୋଇପାରିଲେ ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ। ଉଦାହରଣସ୍ବରୂପ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତେ ଅର୍ଥ ବ୍ୟୟ କରିଆସୁଛନ୍ତି ତାହାଦ୍ୱାରା ଆଜିଯାଏ ଦାରିଦ୍ର୍ୟ ଦୂର ହୋଇ ପାରିନାହିଁ। ଆଜି ବି କିଛି କିଛି ନୂଆ ଯୋଜନା ପ୍ରଣୟନ କରାଯାଉଛି। ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ, ପୋଷାକ, ସାଇକେଲ, ପାଠ୍ୟପୁସ୍ତକ ଓ ଆର୍ଥିକ ପ୍ରୋତ୍ସାହନ, ଆବାସ ଯୋଜନାରେ ପକ୍କାଗୃହ ଯୋଗାଇବା, ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାଶନ ପ୍ରଦାନ, ବୃଦ୍ଧାବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଭତ୍ତା, କୃଷକଙ୍କୁ ଆର୍ଥିକ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳ ହେବାକୁ ବେକାର ଯୁବକ ଓ ମହିଳାଙ୍କୁ କମ୍‌ ସୁଧ ହାରରେ ଦୀର୍ଘମିଆଦୀ ଋଣ ଯୋଗାଇବା ସର୍ବୋପରି ରୋଗୀର ଚିକିତ୍ସା ଲାଗି ସହାୟତା ଆଦି ଅନେକ ଯୋଜନା ପ୍ରଣୟନ କରାଯାଇଛି। ଏହାବ୍ୟତୀତ ସାମଗ୍ରିକ ଭାବେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳ ଯୋଗାଣ ଓ ଗମନାଗମନର ସୁବ୍ୟବସ୍ଥା କରାଯିବାକୁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ହେଲେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆଜି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦୁଃଖକଷ୍ଟ ଭୋଗ କରୁଛନ୍ତି। ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ମିଳିପାରୁନି। ଏ କ୍ଷେତ୍ରରେ ଅବଶ୍ୟ ସରକାରଙ୍କର କିଛି ଦୋଷ ଦୁର୍ବଳତା ରହିଛି। ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପାଇଁ ଅନେକ ମାତ୍ରାରେ ଦାୟୀ। ସେମାନଙ୍କ ଅବହେଳା ଓ ଦାୟିତ୍ୱହୀନତାରୁ ସରକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ସେସବୁ ଅଞ୍ଚଳରେ ଅଧିକାରୀ ଓ ହିତାଧିକାରୀଙ୍କ ମଧ୍ୟରେ ନିବିଡ଼ତା ବଦଳରେ ଦୂରତା ବଢିବାରେ ଲାଗିଛି।
ଅନ୍ୟପକ୍ଷେ ଅଧିକାରୀମାନେ ସେମାନଙ୍କ ଚାକିରି ବଞ୍ଚାଇବା ଲକ୍ଷ୍ୟରେ ସରକାରୀ କାର୍ଯ୍ୟକୁ କେବଳ ବିଧିରକ୍ଷା ଭିତରେ ସୀମିତ ରଖୁଥିବା ବେଳେ ଯୋଜନାର ସଫଳ ରୂପାୟନ ନେଇ ସେମାନେ ଆଦୌ ବିବ୍ରତ ହୁଅନ୍ତି ନାହିଁ। ରାଜନୈତିକ ଚାପରେ ପଡ଼ି ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟମାନେ ଯୋଜନାରୁ ଲାଭ ଉଠାଉଛନ୍ତି। ଏପରି କ୍ଷେତ୍ରରେ ଅଧିକାରୀମାନେ ସେମାନଙ୍କ ମନୋଭାବର ପରିବର୍ତ୍ତନ କରିବା ସହିତ ହିତାଧିକାରୀଙ୍କ ହିତରେ ଆପଣାର ବିବେକାନୁମୋଦିତ କାର୍ଯ୍ୟ ଜାରି ରଖିପାରିଲେ ହିତାଧିକାରୀମାନେ ଯୋଜନାରୁ ବହୁଳ ମାତ୍ରାରେ ଉପକୃତ ହୋଇପାରନ୍ତେ।

ଯଦୁମଣି ପାଣିଗ୍ରାହୀ
ଶଙ୍ଖତ୍ଡ଼ା, ତିହିଡ଼ି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri