ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ ବିଭ୍ରାଟର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ବନ୍ଦ ରହୁଥିବାରୁ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ସରକାର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର କଥା କହୁଥିବା ବେଳେ ଏହି ଅଞ୍ଚଳରେ ଦୈନିକ ବିଦ୍ୟୁତ କାଟକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବୀରମହାରାଜପୁର ବ୍ଲକରେ ବୀରମହାରାଜପୁର ଓ ସୁବଳୟା ନାମରେ ଦୁଇଟି ବିଦ୍ୟୁତ ସେକ୍ସନ ରହିଛି। ସୁବଳୟା ସେକ୍ସନ ଅଧୀନରେ ମୁର୍ଷୁଣ୍ଢୀ ଓ ସୁବଳୟା ଦୁଇଟି ଗ୍ରିଡ୍ କାର୍ଯ୍ୟ କରୁଛି। ଏହି ଦୁଇଟି ଗ୍ରିଡ୍‌ର ଦୀର୍ଘ ଫିଡର୍ ଉପରେ ସୁବଳୟା, ପିତାମହୁଲ, ସଂଗ୍ରାମପୁର, କମିରା, ଖଣ୍ଡହତା, ଲୁତୁରପଙ୍କ, ମୁର୍ଷୁଣ୍ଢୀ, ବହଳପଦର, ଦୁର୍ଜନତୈଲା ସମେତ ପ୍ରାୟ ୧୩୦ଟି ଗ୍ରାମର ୧୦ ହଜାର ୫୯୪ରୁ ଅଧିକ ଉପଭୋକ୍ତା ନିର୍ଭର କରୁଛନ୍ତି।

କେବଳ ଘରୋଇ ଉପଭୋକ୍ତା ନୁହେଁ, ଚାଷୀମାନଙ୍କ ଉଠାଜଳ ସେଚନ ପ୍ରକଳ୍ପ, ବିଭିନ୍ନ ଗ୍ରାମର ପାନୀୟଜଳ ଯୋଗାଣ ପ୍ରକଳ୍ପ, ସୁବଳୟା ଓ ମୁର୍ଷୁଣ୍ଢୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଖଣ୍ଡହତା, ଲୁତୁରପଙ୍କ ଏବଂ ଅମରପାଲି ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ଏହି ବିଦ୍ୟୁତ ଯୋଗାଣ ଉପରେ ନିର୍ଭରଶୀଳ। ବାରମ୍ବାର ବିଦ୍ୟୁତ ବିଚ୍ଛିନ୍ନ ହେବା ଯୋଗୁଁ ଏହି ସମସ୍ତ ସେବା ବାଧାପ୍ରାପ୍ତ ହେଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ମୁର୍ଷୁଣ୍ଢୀରୁ ଅମରପାଲି ସୀମାନ୍ତ ପର୍ଯ୍ୟନ୍ତ ବିଦ୍ୟୁତ ଲାଇନ ରାସ୍ତା କଡ଼ ଦେଇ ନଯାଇ ବିଭିନ୍ନ ଜଙ୍ଗଲି ଅଞ୍ଚଳ ଓ ଏଲ୍‌.ଆଇ. ପଏଣ୍ଟ ଦେଇ ଯାଇଥିବାରୁ ବର୍ଷା ଓ ପବନ ସମୟରେ ବାରମ୍ବାର ଫଲ୍ଟ ହେଉଛି। ଫଳରେ ପ୍ରତିଦିନ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହୁଥିବା ଅଭିଯୋଗ ହେଉଛି।

ଅମରପାଲି, ବହଳପଦର, ବଡ଼ମାଳ, ହାତିଲିମୁଣ୍ଡା, କୁନ୍ଦପାଲ, ବିଶାଳପାଲି, ଗୌଡ଼ଗାଡ଼, ଭାଲୁଡୁଙ୍ଗୁରି, ଚିଙ୍ଗିରାନାଳି, ପାତ୍ରପାଲି, କେଶଲଗା, ଦାଦରପାଲି, ମାଳିଦାଦର, କେନ୍ଦୁପାଲି, କୁହିଦାଦର, ଖଣ୍ଡହତା, ସାହାଜକଥା, ପୁଇପାଣ, ବଡ଼କିରାସିରା, ଯୁବରାଜପୁର ଓ ସାନକିରାସିରା ଭଳି ଜଙ୍ଗଲି ଅଞ୍ଚଳରେ ବର୍ଷସାରା ହାତୀଙ୍କ ଚଳପ୍ରଚଳ ରହୁଥିବା ସତ୍ତ୍ୱେ ସେଠାରେ ବିଦ୍ୟୁତ ତାରର କେବୁଲିଂ କାମ କରାଯାଇନଥିବାରୁ ସମସ୍ୟା ଆହୁରି ବଢ଼ୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଗୁଦୁଗୁଦା ଗ୍ରାମର ସରୋଜ ନାଏକ କହିଛନ୍ତି, ବିଦ୍ୟୁତ ବିଭାଗ ଖୋଲା ଅଞ୍ଚଳରେ କେବୁଲିଂ କରିଥିବା ବେଳେ ଜଙ୍ଗଲି ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି। ଏହା ଫଳରେ ବର୍ଷା ଓ ପବନ ସମୟରେ ବିଦ୍ୟୁତ ବିଭ୍ରାଟ ନିତିଦିନିଆ ସମସ୍ୟା ପାଲଟିଛି।

ଗୌଡ଼ଗାଡ଼ ଗ୍ରାମର ଫକୀର ପଧାନ କହିଛନ୍ତି, “ଆମ ଅଞ୍ଚଳରେ ପ୍ରତିଦିନ ୫ରୁ ୬ ଘଣ୍ଟା ବିଦ୍ୟୁତ କାଟ ହେଉଛି। ଅନେକ ସମୟରେ ମରାମତି ନାମରେ ସାରାଦିନ ବିଦ୍ୟୁତ ବନ୍ଦ ରହୁଛି। ଏଥିଯୋଗୁଁ ବିଭିନ୍ନ ଜରୁରୀ କାମ ସହିତ ସହଜ କେନ୍ଦ୍ର ଉପରେ ନିର୍ଭରଶୀଳ ହିତାଧିକାରୀମାନେ ମଧ୍ୟ ସେବା ପାଇପାରୁ ନାହାନ୍ତି।”

ହାତିଲିମୁଣ୍ଡା ଗ୍ରାମର ତରୁଣ ଭୋଇ କହିଛନ୍ତି, “ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଛୋଟ ପିଲା ଓ ବୃଦ୍ଧବୃଦ୍ଧାମାନେ ପ୍ରବଳ ଗରମରେ ବହୁ କଷ୍ଟ ଭୋଗୁଛନ୍ତି।”

ଏନେଇ ବିଦ୍ୟୁତ ବିଭାଗର ଏସ୍‌ଡିଓ ସୋମନାଥ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, “ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆମେ ସର୍ବଦା ଚେଷ୍ଟା କରୁଛୁ। କୌଣସି ଫଲ୍ଟ ହେଲେ କର୍ମଚାରୀମାନେ ତୁରନ୍ତ ମରାମତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଜଙ୍ଗଲି ଅଞ୍ଚଳରେ କେବୁଲିଂ ପାଇଁ ପ୍ରସ୍ତାବ ପଠାଯାଇଛି। ଶୀଘ୍ର ସେହି ଅଞ୍ଚଳଗୁଡ଼ିକରେ କେବୁଲିଂ କାମ ଆରମ୍ଭ କରିବାକୁ ଚେଷ୍ଟା କରାଯିବ।”

ଏପଟେ ଅଞ୍ଚଳବାସୀ ଜଙ୍ଗଲି ଅଞ୍ଚଳରେ ବିଦ୍ୟୁତ ଲାଇନର କେବୁଲିଂ, ଫିଡର୍‌ର ଉନ୍ନତିକରଣ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?