Categories: ଜାତୀୟ

ବିଜୁଳି ସଙ୍କଟ: ୭୨ ଥର୍ମାଲ ପ୍ଲାଣ୍ଟରେ ମାତ୍ର ୩ ଦିନ ପାଇଁ ରହଛି କୋଇଲା, ଉପୁଜିପାରେ ଚାଇନା ଭଳି ପରିସ୍ଥିତି

ନୂଆଦିଲ୍ଲୀ,୩ ।୧୦: ଦେଶରେ ଚାଇନା ଭଳି ବିଜୁଳି ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଇଛି । ବିଶେଷଜ୍ଞମାନେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟ ଏଜେନ୍ସି ପକ୍ଷରୁ ଜାରି କରାଯାଇଥିବା କୋଇଲା ଉପଳବ୍ଧର ପରିମାଣକୁ ନେଇ ଏଭଳି ଚେତାବନି ଦେଇଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଦେଶରେ ୧୩୫ ଥର୍ମାଲ ପାୱାର ପ୍ଲାଣ୍ଟରୁ ୭୨ଟି ପ୍ଲାଣ୍ଟରେ ପ୍ରାୟ ୩ ଦିନ ପାଇଁ ବିଜୁଳି ପ୍ରସ୍ତୁତ କରିବାକୁ କୋଇଲା ଗଚ୍ଛିତ ରହିଛି । ଏହା ସମୁଦାୟ ପ୍ଲାଣ୍ଟର ୬୬,୩୫ ପ୍ରତିଶତ ବିଜୁଳି ଉତ୍ପାଦନ କରିଥାଏ । ଯଦି ଏହା ବନ୍ଦ ହୋଇଗଲା ତେବେ ୩୩ ପ୍ରତିଶତ ବିଜୁଳି ସଙ୍କଟ ଦେଖାଦେବ । ସରକାରୀ ସୂତ୍ର ଅନୁଯାୟୀ, କରୋନା ପୂର୍ବରୁ ଅଗଷ୍ଟ-ସେପ୍ଟେମ୍ବର ୨୦୧୯ରେ ଦେଶରେ ପ୍ରତିଦିନ ୧୦,୬୬୦ କୋଟି ୟୁନିଟ ବିଜୁଳି ଆବଶ୍ୟକ ଥିଲା । ଯାହା ଅଗଷ୍ଟ-ସେପ୍ଟେମ୍ବର ୨୦୨୧ରେ ବୃଦ୍ଧି ପାଇ ୧୨,୪୨୦ କୋଟି ୟୁନିଟ ହୋଇଯାଇଛି । ଫଳରେ ଥର୍ମାଲ ପାୱାର ପ୍ଲାଣ୍ଟରେ ଏବେ ୬୧.୯୧ ପ୍ରତିଶତ ବିଜୁଳି ଉତ୍ପାଦନ ହେଉଛି । ଏହାଦ୍ୱାରା ଚଳିତ ବର୍ଷ କୋଇଲା ଖର୍ଚ୍ଚ ୧୮ ପ୍ରତିଶତ ବୃଦ୍ଧି ପାଇଛି ।

Share