୨ ମାସ ଯାଏ କମିବନି ସଂକ୍ରମଣ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନୂଆବର୍ଷ ପରଠାରୁ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆହୁରି ୨ ମାସ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି।
ଆସନ୍ତା ୨ ମାସ କରୋନା ସଂକ୍ରମଣ ବଢ଼ିକି ରହିବ । ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି । ପ୍ରାୟ ୮ଟି ଜିଲାରେ ଟିପିଆର ଅଧିକ ଅଛି, ତେଣୁ ୮ଜିଲା ବର୍ତ୍ତମାନ ରେଡ ଜୋନରେ ରହିଛି ।ମାତ୍ର ମୃତ୍ୟୁ, ହସ୍ପିଟାଲାଇଜେଶନ ଓ ଆଇସିୟୁ ଆବଶ୍ୟକତା ଏଯାବତ୍‌ କମ୍‌ ରହିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସମସ୍ତ ଜିଲାପାଳଙ୍କୁ ଯଥାସମ୍ଭବ ପଦକ୍ଷେପ ନେବାକୁ କହିଥିଲେ। ରୋଗୀଙ୍କ ସଂଖ୍ୟା ଦେଖି ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମିଶ୍ର କହିଛନ୍ତି।