Posted inଫୁରସତ

କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..

ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ କରୋନାରେ ଜୀବନହାନୀ ହେଉଥିବା ହେତୁ ସତର୍କ ରହିବାକୁ କୁହାଯାଉଛି। ଏହାଛଡ଼ା ଅଧିକ ଓଜନ ଥିବା ତଥା ମେଦବହୁଳତାରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ କରୋନାରେ ମୃତ୍ୟୁ ଭୟ ତିନିଗୁଣା ଅଧିକ ରହିଛି। ବ୍ରିଟେନ୍‌ର ସରକାରୀ ଏଜେନ୍ସି ପବ୍‌ଲିକ୍‌ ହେଲ୍ଥ ଇଂଲଣ୍ଡର ଏକ ରିପୋର୍ଟରେ ଏହା କୁହାଯାଇଛି।

ମେଦବହୁଳ ରୋଗୀ କରୋନାରେ ଆକ୍ରାନ୍ତ ହେଲେ ଭେଣ୍ଟିଲେଟର ଆବଶ୍ୟକତା ପଡ଼ିଥାଏ। ଏହା ଅନ୍ୟ ବ୍ୟକ୍ତିଙ୍କଠାରୁ ୭ ଗୁଣା ଅଧିକ। ବଡି ମାସ୍‌ ଇଣ୍ଡେକ୍ସ ୨୫ରୁ ଅଧିକ ଥିଲେ ବ୍ୟକ୍ତିର ଓଜନ ଅଧିକ ବୋଲି କୁହାଯାଏ। ସେହିଭଳି ବଡି ମାସ୍‌ ଇଣ୍ଡେକ୍ସ ୩୦ରୁ ୩୫ ରହିଲେ କରୋନାରେ ମୃତ୍ୟୁ ଆଶଙ୍କା ୪୦% ଅଧିକ ହୋଇଯାଏ।

ଏହାର ଅର୍ଥ ନୁହେଁ ଯେ ଓଜନ ଅଧିକ ହେଲେ ସଂକ୍ରମିତର ଭୟ ଅଧିକ। ବରଂ ସଂକ୍ରମିତ ହେଲେ ମୃତ୍ୟୁର ସମ୍ଭାବନା ଅନ୍ୟଠାରୁ ୩ ଗୁଣ ଅଧିକ । ସେହିଭଳି ଭେଣ୍ଟିଲେଟର ଆବଶ୍ୟକତାର ସମ୍ଭାବନା ୭ଗୁଣ ଅଧିକ ଥାଏ। ଏଣୁ ଅଧିକ ଓଜନ ଥିବା ଲୋକ ଅସୁବିଧାକୁ ଦୃଷ୍ଟିରେ ରଖି ଓଜନ କମ୍‌ କରିବାର ଚେଷ୍ଟା କରିବା ଉଚିତ। ଫଳରେ କରୋନା ଯୋଗୁ ଉପୁଜିବାକୁଥgଥିବା qବିପଦ କମ୍‌ ହେବ।

ପୂର୍ବରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କରୋନାର ଦ୍ୱିତୀୟ ପର୍ଯ୍ୟାୟକୁ ଦେଖି ନିଜର ଓଜନ କମ୍‌ କରିବାକୁ ଲୋକମାନଙ୍କୁ କହିଥିଲେ। କାରଣ ଶରୀରର ଓଜନ ଅଧିକ ରହିଲେ ଶ୍ୱାସକ୍ରିୟା ପ୍ରଭାବିତ ହୋଇଥାଏ। ଏପରିକି ରୋଗ ପ୍ରତିରୋଧକ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri