ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର

ଆର.ଉଦୟଗିରି,୨୬ା୮(ଡି.ଏନ.ଏ.): ମୋହନା ଥାନା ନାରୀଙ୍ଗୀ ଘାଟିରେ ଟ୍ରାକ୍ଟର ଓଲଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକ ହେଲେ ମୋହନା ଥାନା ଜୁଡିପଥର ଗ୍ରାମର ଉଷା ନାୟକ। ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣବସତଃ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଏକାଧିକ ଆହାତ ହୋଇଥିବା ବେଳେ ଉଷାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌ ଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।