ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ଜୁନାଗଡ଼,୩୧।୧(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟିପଡିବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୭ଜଣ ଶିଶୁ ରହିଛନ୍ତି। ସମସ୍ତେ ଅନ୍ତର୍ଲା ଓ କରଚଲା ଗ୍ରାମବାସୀ ବୋଲି ଜଣାଯାଇଛି। ଦୁର୍ଘଟଣା ବପରେ ଗାଡି ଚାଳକ ଫେରାର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଅନ୍ତର୍ଲା ଓ କରଚଲା ଗ୍ରାମର ଲୋକେ ବଣିଜରା ଗ୍ରାମକୁ ଏକ ପିକ୍‌ଅପ ଭ୍ୟାନରେ ମୁଣ୍ଡନ ଭୋଜି ଖାଇ ଗ୍ରାମକୁ ଫେରୁଥିଲେ। ମୁଣ୍ଡରାଗୁଡା ଛକ ବୁଲାଣିରେ ଚାଳକ ନିୟନ୍ତ୍ରଣ ହରାଇବାରୁ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ୧୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏନେଇ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଚଳାଇଛି।