ଓଲଟିଲା ଯାତ୍ରୀବାହୀ ବସ୍‌

କୁଳିଅଣା,୧୬ା୧୨(ସ୍ବ.ପ୍ର.): ୧୮ ନଂ ଜାତୀୟ ରାଜପଥର ମୟୂରଭଞ୍ଜ ଜିଲା କୁଳିଅଣା ଛକ ନିକଟରେ ଶୁକ୍ରବାର ରାସ୍ତା କଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଗୌରୀ ନାମକ ଏହି ଘରୋଇ ବସ୍‌ଟି ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୧୦ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ବାରିପଦାସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା କାମ ମନ୍ଥରଗତିରେ ଚାଲିଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।