ଓଲଟିଲା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି,୨୧ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡବା ଥାନା ଅଧୀନ ମାଣ୍ଡିମେରା ବୁଲାଣି ରାସ୍ତାରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ୨ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ଜିଲା ଜେକେପୁରର ଗାଡି ଚାଳକ ବସନ୍ତ ତାଣ୍ଡି ଆମ୍ବୁଲାନ୍ସ ଧରି ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ୱରରୁ ଫେରୁଥିବା ବେଳେ ମାଣ୍ଡିମେରା ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ଆମ୍ବୁଲାନ୍ସର ଚକଫାଟିରୁ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଫଳରେ ଆମ୍ବୁଲାନ୍ସରେ ବସିଥିବା ଅନ୍ୟ ଜଣେ କର୍ମୀଙ୍କ ସହ ଚାଳକ ବସନ୍ତ ଆହତ ହୋଇଥିଲେ। ଖବର ପାଇ ନଳାଘାଟ ଫାଣ୍ଡି ପୋଲିସ ପହଞ୍ଚତ୍ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ନିକଟସ୍ଥ ବିରିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଉଭୟଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ଜବତ କରି ନଳାଘାଟ ଫାଣ୍ଡିରେ ରଖାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି।