ରାତାରାତି କଟା ପୋଖରୀ ହୁଡ଼ା ବନ୍ଧାଗଲା

ଓଡ଼ଗାଁ,୧୩ା୬(ଆଦର୍ଶ କୁମାର ପଟ୍ଟନାୟକ)ଗ୍ରୀଷ୍ମରେ ଲୋକେ ପାଣି ଗରାଏ ପାଇଁ ବ୍ୟସ୍ତ ହେଉଥିବା ବେଳେ ମୌସୁମୀର ଆଗମନ ହୋଇଛି ା ହେଲେ ପଡୋଶୀ ଜିଲାରେ ପ୍ରାକ୍‌ ମୌସୁମୀ ବର୍ଷା ଅନୁଭୁତ ହୋଇଥିବା ବେଳେ ନୟାଗଡ଼ ଜିଲା ଓଡ଼ଗାଁରେ ଏଯାବତ୍‌ ବର୍ଷା ହୋଇନାହିଁ। ଏପରିସ୍ଥଳେ ଉକ୍ତ ବ୍ଲକ ଅଧୀନ ରଙ୍ଗଣୀପାଟଣା ପଞ୍ଚାୟତ ଜାମୁସାହି ଗ୍ରାମରେ ୨ ବର୍ଷ ହେଲା ବଡ଼ ପୋଖରୀ ହୁଡା ହାଣାଯିବା ଦ୍ୱାରା ଜଳ ସଙ୍କଟ ସୃଷ୍ଟି ହୋଇଥିଲା ା ଲୋକେ ଜଳାଭାବ ଯୋଗୁ ନାନା ସମସ୍ୟା ଦେଇ ଗତି କରିଥିଲେ ା ଅମୃତ ସରୋବର ନାମରେ ହରିଲୁଟ କରିବାକୁ ଉଦ୍ୟମ ହୋଇଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ନ ଥିଲା ା ଏନେଇ ଗତ ମାସ ୧୨ ତାରିଖରେ ପ୍ରଶାସନିକ ଅଧିକାରୀଙ୍କ ମତାମତ ସହିତ ଏକ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା ା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ା ଏହାପରେ ପୋଖରୀ ହୁଡା ବାନ୍ଧିବାରେ ପ୍ରଶାସନ ବିଫଳ ଶୀର୍ଷକ ରିପୋର୍ଟ ବୁଧବାର ପ୍ରକାଶ ପାଇଥିଲା ା
ସ୍ବଧାଦେବ ସିଂ ଆକ୍ସନ ମୁଡରେ ଆସିବା ଫଳରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ପୋଖରୀ ହୁଡାକୁ ଜେସିବି ଲଗାଇ ପୋତି ଦିଆଯାଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ା ହେଲ ପୋଖରୀ ହୁଡା ହାଣିବା ଓ ବାନ୍ଧିବା ସମୟରେ ସେ ସେଠାରେ ଉପସ୍ଥିତ ନ ଥିବା ଦର୍ଶାଇ ପୋଖରୀ ହୁଡା କିଏ ଓ କିପରି ବାନ୍ଧିଲା ସେ ଜାଣି ନ ଥିବା କହିଛନ୍ତି ା ଅନ୍ୟପକ୍ଷେ ଏବାବଦରେ ପଞ୍ଚାୟତରୁ କୌଣସି ଖର୍ଚ୍ଚ ହୋଇ ନ ଥିବା ସେ କହିଛନ୍ତି ା ମୌସୁମୀ ପ୍ରବେଶ ପୂର୍ବରୁ ଜିଲାପାଳଙ୍କ ଏତାଦୃଶ କାର୍ଯ୍ୟାନୁଷ୍ଠାନ ଯୋଗୁ ଗ୍ରାମବାସୀ ଜିଲାପାଳ ଓ ଧରିତ୍ରୀକୁ କୃତଜ୍ଞତା ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri